ଓଡ଼ିଆ ନ୍ୟୁଜ୍: ପୀଡ଼ିତା ଓଡ଼ିଆ ଛାତ୍ରୀଙ୍କୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ପ୍ରତିକ୍ରିୟା।ପ୍ରତିକ୍ରିୟା ରଖିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ। ‘ଘଟଣା ଘଟିବା ପରେ ପୀଡ଼ିତା ମାନସିକ ଚାପରେ ରହିଥିବା ଦେଖିଲୁ’। ‘ଜଣେ ଡାକ୍ତର ହିସାବରେ ମୁଁ ମୋ ଅଭିଜ୍ଞତାରୁ ଏହା ଅନୁଭବ କରିଛି’।‘ଶାରିରୀକ ସୁସ୍ଥତା ଫେରିଲେ ବି ମାନସିକ ଚାପରୁ ମୁକୁଳିବା ଏତେ ସହଜ ନୁହେଁ’। ‘ମହିଳା ମୁଖ୍ୟମନ୍ତ୍ରୀ ମମତାଙ୍କ ବୟାନ ତାଙ୍କ ମାନସିକ ଚାପ ବଢ଼ାଇ ଦେଇଛି’। ‘ମେଡିକାଲ ତଥ୍ୟ ଅନୁସାରେ ପୀଡ଼ିତା ରାତି ୭ଟା ୫୮ରେ ବାହାରକୁ ଯାଇଥିଲେ’। ‘ମାତ୍ର ମୁଖ୍ୟମନ୍ତ୍ରୀ ମମତା ରାତି ୧୨ ପରେ ବାହାରକୁ ଯାଇଥିବା କହିଛନ୍ତି’।‘ଓଡ଼ିଆ ଛାତ୍ରୀଙ୍କୁ ନିନ୍ଦିତ କରିବା ପାଇଁ ମମତା ବାନାର୍ଜୀ ଏପରି କହିଛନ୍ତି’।
ରାତିରେ ଝିଅମାନେ ବାହାରକୁ ଯିବା ଠିକ୍ ନୁହେଁ କହିବା ନିନ୍ଦନୀୟ। ଆତ୍ମନିର୍ଭର ହେବାକୁ ମହିଳା ରାତିରେ କାର୍ଯ୍ୟ କରିବାର ଅବଶ୍ୟକତା ରହିଛି। ମମତାଙ୍କ ଏପରି ମନ୍ତବ୍ୟକୁ ସାରା ଦେଶରେ ନିନ୍ଦା କରାଯାଉଛି। ପୀଡ଼ିତାକୁ ଭଲ ଚିକିତ୍ସା, ସୁରକ୍ଷା ଦେବା ଓ କ୍ଷତିପୂରଣ ଆମର ଦାବି।ବିଜେଡି ସୁପ୍ରିମୋ ନବୀନଙ୍କ ନୀରବତାକୁ ମଧ୍ୟ ନାପସନ୍ଦ କଲେ। ଘଟଣା ପରଠାରୁ ନବୀନ ବାବୁ ଥରଟିଏ ବି ପ୍ରତିକ୍ରିୟା ନ ରଖିବା ଦୁର୍ଭାଗ୍ୟଜନକ।