ଧାମନଗରବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ପାଇଁ ସୁରଜ୍ ହିଁ ଯୋଗ୍ୟ, ସପକ୍ଷରେ ପ୍ରଚାର କଲେ ବିଜେପି ସଭାପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉପନିର୍ବାଚନ ସମୟରେ ଧାମନଗରବାସୀଙ୍କ ସରଳ ଓ ଗରୀବ ଭୋଟରଙ୍କୁ ମିଛ ସପ୍ନ ଦେଖାଇ ଏବଂ ପ୍ରଲୋଭିତ କରୁଛି ବିଜୁ ଜନତା ଦଳ । ଶାସକ ବିଜେଡିର ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବ ସମେତ ବ୍ୟାପକ ମାତ୍ରାରେ ଦୁର୍ନୀତି କାରଣରୁ ଆଜି ଓଡିଶା ରାଜ୍ୟ ବିକାଶ ମାନଚିତ୍ରରେ ବହୁ ପଛରେ ରହିଯାଇଛି । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ । କିନ୍ତୁ ଧାମନଗରରେ ଗରୀବ ଲୋକମାନଙ୍କ ଲାଗି ସ୍ୱର୍ଗତଃ ବିଧାୟକ ବିଷ୍ଣୁ ଭାଇ ରାସନ କାର୍ଡ, ପକ୍କାଘର, ପାନୀୟ ଜଳ, ବିଧବା ଓ ବାଧ୍ୟକ୍ୟ ଭତା ଆଦି ପାଇବାର ସୁବ୍ୟବସ୍ଥା କରିଥିଲେ । ଧାମନଗରବାସିନ୍ଦାଙ୍କ ପାଇଁ ସ୍ୱର୍ଗତଃ ବିଷ୍ଣୁ ଭାଇ ସଦାସର୍ବଦା ଚିନ୍ତା କରୁଥିଲେ । ନାଳ ର୍ନମା, ରାସ୍ତାଘାଟ ଭଳି ବିଭିନ୍ନ ମୌଳିକ ସୁବିଧା ଓ ଭିତିଭୂମିକୁ ସୁଦୃଢ଼ କରିଛନ୍ତି ବିଷ୍ଣୁ ଭାଇ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧାମନଗର ନିର୍ବାଚନମଳୀର ବିଭିନ୍ନ ଅଂଚଳ ବୁଲି ପ୍ରଚାର ଅବସରରେ କହିଛନ୍ତି ।

ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି । ମୋଦିଜୀଙ୍କ ମୂଳମନ୍ତ୍ର ସବ୍‌କା ସାଥ୍‌, ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ । ମୋଦି ସରକାର ଅମଳରେ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳିଥିବାରୁ ଧାମନଗରରେ ବିକାଶ କରିଥିଲେ ସ୍ୱର୍ଗତଃ ସେଠୀ । ସ୍ୱର୍ଗତଃ ସେଠୀଙ୍କ ଆକାଳ ବିୟୋଗ ପରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଳୀରେ ଆସନ୍ତା ମାସ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ । ଏନେଇ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପଧାନି ପଂଚାୟତର ବିଭିନ୍ନ ଗାଁରେ ବାଇକ ରାଲି ଏବଂ ପଦଯାତ୍ରା କରି ଦିବଙ୍ଗତ ନେତା ବିଷ୍ଣୁ ଭାଇଙ୍କ ସୁପୁତ୍ର ତଥା ବିଜେପି ଦଳର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟ ଲାଗି ଭୋଟ ଭିକ୍ଷା କରଛନ୍ତି । ଧାମନଗରର ସର୍ବାଙ୍ଗିନ ବିକାଶ ଲାଗି ଭାରତୀୟ ଜନତା ପାର୍ଟି ବହୁ କାର୍ଯ୍ୟ କରିଛି । ରାସ୍ତାଠୁ ଆରମ୍ଭ କରି ବ୍ରିଜ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଉନ୍ନତମାନର ସ୍ଥିତି ଦେଖାଇବା ସହ ୧୯୮୫ରୁ ସ୍ୱର୍ଗତଃ ବିଷ୍ଣୁ ଭାଇ ଧାମନଗରବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ନିଶ୍ଚିତ ରୂପେ ଧାମନଗରବାସୀ ଭାରତୀୟ ଜନତା ପାର୍ଟିର ଯୋଗ୍ୟ ପ୍ରାର୍ଥୀ ତଥା ସ୍ୱର୍ଗତଃ ସେଠୀଙ୍କ ସୁପୁତ୍ର ସୁରଜଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପାଳିଆବିନ୍ଧା ବଜାରଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି । ଏହାପରେ ଭଦ୍ରକର ଧାମନଗର ନିର୍ବାଚନ ମଳୀର ଉପନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି ରାଜ୍ୟ ସଭାପତି ଜାହାଙ୍ଗୀରର ବାଟୁଳି, ପଧାନି ପଂଚାୟତର କଂଟିଦୋଳ ଏବ ଆଜି ପାଳିଆବିନ୍ଧା ପଂଚାୟତର ବିଭିନ୍ନ ୱାର୍ଡରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦଳୀୟ ପ୍ରାର୍ଥୀ ସୁରଜଙ୍କ ଲାଗି ଭୋଟ ଭିକ୍ଷା କରିଥିଲେ ।

ଏହି ପଦଯାତ୍ରାରେ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ଡ.ଯତୀନ ମହାନ୍ତି, ମନୋଜ ମହାପାତ୍ର, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରବି ପନାୟକ, ପଧାନୀ ସରପଂଚ ଅଶୋକ କୁଆଁର ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ପ୍ରଚାରରେ ସାମିଲ ଥିଲେ ।

Leave A Reply

Your email address will not be published.