ରାଜ୍ୟ ବଜେଟକୁ ବିରୋଧାଭାଷ ଓ ବିଭ୍ରାନ୍ତିର ଏକ ବିକଳ ଦସ୍ତାବିଜ କହିଲେ ବିଜେପି ସଭାପତି ସମୀର ମହାନ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ବଜେଟକୁ ବିରୋଧାଭାଷ ଓ ବିଭ୍ରାନ୍ତିର ବିକଳ ଦସ୍ତାବିଜ ବୋଲି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ ପଚାରି ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୬-୧୭ ରେ ବାସ୍ତବ ବ୍ୟୟ ବଜେଟ ଆକଳନର ୮୪ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୭୪ ପ୍ରତିଶତକୁ ଖସିଆସିଛି ।

ପୁଞ୍ଜି ଖର୍ଚ୍ଚ ୫୬ ପ୍ରତିଶତ ବଢାଇବାର ଆକଳନ ଏକ ବିରାଟ ସଂଖ୍ୟାର ବିଭ୍ରାନ୍ତିରେ ରାଜ୍ୟବାସୀଙ୍କୁ ବୋକା ବନାଇବାର ଉଦ୍ୟମ ହୋଇଛି ।ବାସ୍ତବରେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଶତାଂଶ ହିସାବରେ ସରକାରଙ୍କ ପୁଂଜି ଖର୍ଚ୍ଚ ବର୍ଷ ବର୍ଷ ଧରି ଦକ୍ଷିଣ ମୁହାଁ ହେବାରେ ଲାଗିଛି । ୨୦୧୮-୧୯ ରେ ପୁଂଜି ଖର୍ଚ୍ଚ ଜିଏସଡିପିର ୪.୮୧ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୩.୬୧ ପ୍ରତିଶତକୁ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯଦି ତାହାକୁ ୫.୬ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଅଂଟା ଭିଡିଛନ୍ତି, ସେଥିପାଇଂ ୍ଣଳନ୍ଦ୍ରୀୟ ବଜେଟରେ ଭିତିଭୁମି ନିବେଶ ପାଇଁ ରାଜ୍ୟମାନଙ୍କୁ ଦେଉଥିବା ଏକ ଲକ୍ଷ କୋଟି ଟଙ୍କାର ସହାୟତା ଦାୟୀ । ରାଜ୍ୟ ସରକାରଙ୍କର ସେଥିରେ କୈାଣସି ଭୁମିକା ନାହିଁ । ଚଳିତ ବଜେଟ ମହିଳା, ବରୋଜଗାର ଯୁବକ, ଶ୍ରମିକ, କୃଷକ ଓ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଆଶା କରାଯାଉଥିଲା, ରାଜ୍ୟ ସରକାର ଚଳିତ ବଜେଟରେ ନିଜ ରାଜସ୍ୱ ବୃଦ୍ଧି କରି କେନ୍ଦ୍ର ସହାୟତା ଉପରେ ନିର୍ଭରଶୀଳତା କମ୍ କରିବେ । ବର୍ଷ ବର୍ଷ ଧରି ଏକ ବଳକା ରାଜସ୍ୱର ଅର୍ଥନୀତି ଉପରେ ଋଣ ବୋଝ ହାଲୁକା କରିବେ । କିନ୍ତୁ ସେ ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.