ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ପରିଚାଳନା ତ୍ରୁଟି ବିରୋଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀ ସମୀର ଦାସ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ସଭାପତି ସ୍ଵୟଂ ସେବକ ରାୟ, ସାଧାରଣ ସମ୍ପାଦକ ସୁରେଶ କୁମାର ସାହୁ, ଉପସଭାପତି ଶାଶ୍ଵତ ନାୟକ, ଜ୍ୟୋତିରଞ୍ଜନ ମହାନ୍ତି,ରାଜେଶ ପୃଷ୍ଟି,ଚଣ୍ଡୀ ପ୍ରସାଦ,ସମ୍ପାଦକ ଶାନ୍ତନୁ କୁମାର ଦାଶ, ତପନ ନାୟକ,ଖଣ୍ଡଗିରି ମଣ୍ଡଳ ସଭାପତି ଜଗବନ୍ଧୁ ସ୍ୱାଇଁ, ଲିଙ୍ଗରାଜ ମଣ୍ଡଳ ସଭାପତି ସ୍ବାଗତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।