ଆଜି ଠାରୁ ଅନିର୍ଦିଷ୍ଟ କାଳ ଯାଏ ବିଧାନ ସଭା ଆଗରେ ବିଜେପି ସତ୍ୟାଗ୍ରହ ଆରମ୍ଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସବୁଠୁ ବଡ ବର୍ଗ ହେଲେ ଚାଷୀ। କିନ୍ତୁ ସବୁଠୁ ବେଶୀ ଅବହେଳିତ। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀ କୁ ପ୍ରୋତ୍ସାହନ ମିଳେନି। ହାଇ ଇଲଡ ବିହନ ଓଡ଼ିଶା ଚାଷୀଙ୍କ ପାଇଁ ସ୍ବପ୍ନ। ଆଳୁ, ପିଆଜ ମିଶନ ଫେଲ୍ ମାରିଛି। ୨୦୧୮ ରୁ ମରୁଡି, ପ୍ରାକୃତିକ ବିପର୍ଯ୍ୟୟ ରେ କ୍ଷତି ହୋଇଥିବା ଚାଷୀଙ୍କୁ input ସବ ସିଡି ଦେଉନାହାନ୍ତି। ୧୦ ବର୍ଷ ରେ ୩୦% ଜମି ପଡ଼ିଆ ପଡ଼ିଲାଣି। MSP ବଢ଼ୁନି। ୧୨୦୦ ରୁ ୧୨୫୦ ଟଙ୍କାରେ ଚାଷୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଡ଼ାଲି ଜାତୀୟ ଫସଲ ର ସହାୟତା ରାଶି କେନ୍ଦ୍ର ସରକାର ପ୍ରତିବର୍ଷ ବଢ଼ାଉଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ବଢ଼ାଉ ନାହାଁନ୍ତି। ସାର ବି ନକଲି ବ୍ୟାପକ ଭାବେ ରାଜ୍ୟରେ ଚାଲିଛି। ବୀମା କୁ ନେଇ ରାଜ୍ୟ ସରକାର ରାଜନୀତି ଆରମ୍ଭ କରିଛନ୍ତି .ବେୋଲି ବି.ଜେପି ଅଭୀ.ଯୋଗ କରିଛି। ଅନ୍ୟପଟେ ବିଜେଡ଼ି ଏହାକୁ ନେଇ କାଉଣ୍ଟର ଆଟକ କରିଛି।

Leave A Reply

Your email address will not be published.