ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୁଳ କଲେ ବିଜେପି ରାଜ୍ୟ ସଭାପତି, ଧରିଲେ ହଳ ଲଙ୍ଗଳ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜଗନ୍ନାଥ ସଂସ୍କୃତିର ମହାନ କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ଆଜି  ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପିମ୍ପୁଡିଆଠାରେ ଅଖିମୁଠି ଅନୁକୁଳ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ପ୍ରଚୁର୍ଯ୍ୟଭରା ରତ୍ନଗର୍ଭା ସୁକିନ୍ଦାରେ ଅଖିମୁଠି ଅନୁକୁଳ କରିବା ସହ ଏହିଠାରୁ ହିଁ ରାଜ୍ୟର ମଙ୍ଗଳ ଓ ଚାଷୀଙ୍କ ମଙ୍ଗଳ ହେଉ ବୋଲି ମନମୋହନ କହିଛନ୍ତି । ଶତାଧିକ ଚାଷୀମାନେ ଏକ ଭବ୍ୟ ଶୋଭାଯାତ୍ରାରେ ରାଜ୍ୟ ସଭାପତିଙ୍କୁ ଅନୁକୂଳ କିଆରୀ ପର୍ଯନ୍ତ ପାଛୋଟି ନେଇଥିଲେ । ବୈଦିକ ରିତିନିତୀ ଅନୁଯାୟୀ ପୂଜାପାଠ ପରେ ମନମୋହନଙ୍କୁ ବାଇକ ଯୋଗେ ଶୋଭାଯାତ୍ରାରେ ଅଣାଯାଇ ଚାଷୀମାନଙ୍କ ସହ ସାମିଲ ହୋଇ ଚାଷ କ୍ଷେତରେ ଅନୁକୂଳ ଧାନ ବିହନ ବୁଣି ପାରମ୍ପରିକ ଭାବେ ଲଙ୍ଗଳରେ ହଳ କରିଥିଲେ ମନମୋହନ ସାମଲ ।

ଆଜିଠାରୁ କ୍ଷେତ ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ ରହିବା ଦରକାର । ରାଜ୍ୟ ସରକାର ଚାଷୀ ପାଖରେ ବିହନ, ସାର ଓ କୀଟନାଶକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କୃଷିଜାତକ ସାମଗ୍ରୀ ପଂହଚାଇ ପାରୁ ନାହାନ୍ତି । ଏପରିକି ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ସଠିକ୍ ସଂରକ୍ଷଣ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହେବା କାରଣରୁ ଚାଷୀଟି ନିଜ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରୁ ବଂଚିତ ହେଉଛି ଓ ଆର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି । ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଓ ଜ୍ଞାନ କୌଶଳ ଯୋଗାଇ ଦେବା ପାଇିଁ ପଂଚାୟତ ସ୍ତରରେ ଗ୍ରାମ ସେବକ (ଭି.ଏ.ଡବ୍ଳ୍ୟୁ)ଟିଏ ମଧ୍ୟ ଯୋଗାଇ ଦେଇପାରୁ ନାହାନ୍ତିି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ବହୁ କୃଷକକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର କାମ କରନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ ବାଟବଣା କରାଯାଉଛି ଅଥଚ କାଳିଆ ଯୋଜନା ଭଳି ଏକ ଭ୍ରମିତ ଯୋଜନାକୁ ନିର୍ଦ୍ଦିଷ୍ଠ ଦଳୀୟ ବିଜେଡିକର୍ମୀଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇ ମିଛଠାରେ ବାଃ ବାଃ ନେଉଛନ୍ତି । ଆଜି ବି ଓଡିଶାରେ ରାଜ୍ୟ ସରକାରଙ୍କର ଦାୟୀତ୍ୱହୀନତା ପାଇଁ ସଠିକ ଚାଷୀ ତାଲିକା ପ୍ରକାଶ ପାଇଲା ନାହିଁ କିମ୍ବା ଭାଗ ଚାଷୀଙ୍କର ଚିହ୍ନଟ ପ୍ରକ୍ରିୟା ହେଲା ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ବଳ ସାମନ୍ତ, ଶାରଦା ଶତପଥୀ, ରବି ବେହେରା, ଶତାଧିକ ଚାଷୀ ଓ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.