ଓଡ଼ିଆ ନ୍ୟୁଜ୍: ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଘଟଣା।‘ ଏକ୍ସ’ରେ ମମତା ସରକାରକୁ ଟାର୍ଗେଟ୍ କଲେ ବିଜେପି IT ସେଲ୍ ମୁଖ୍ୟ। ‘ପଶ୍ଚିମବଙ୍ଗ କୌଣସି ପରିସ୍ଥିତିରେ ମହିଳାଙ୍କ ପାଇଁ ନିରାପଦ ନୁହେଁ’। ‘ଦୁର୍ଗାପୁରରରେ ମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି’। ‘ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି, ନିନ୍ଦନୀୟ’।‘ପୀଡ଼ିତା ଓଡ଼ିଶାର, ବର୍ତ୍ତମାନ ଚିକିତ୍ସାଧୀନ, ବୟାନ ରେକର୍ଡ କରାଯାଇଛି’।ପୁଣି ଥରେ ଆର୍ଜି କର୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କଥା ମନେ ପକାଉଛି।
ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣାରେ ପରିଣତ କରିଛନ୍ତି।” ସେ ଲେଖିଛନ୍ତି ଯେ ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ପରେ, ଦୁର୍ଗାପୁରରେ ଦ୍ୱିତୀୟ ଘଟଣା ଘଟିଛି।