ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ବନ୍ୟା ଅଞ୍ଚଳ ବୁଲିବା ପରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଫଟୋ ଦେଖେଇ ସରକାରଙ୍କ ଉପରେ ବର୍ଷିଲେ ବିଜେପିର ରାଜ୍ୟ ସଭାପତି । ବନ୍ୟା ଓ ଲଗାଣ ବର୍ଷା ସମୟରେ ମୟୁରଭଞ୍ଜ ଜିଲ୍ଲାରେ କଚ୍ଚା ଘର ଭାଙ୍ଗି 6 ଜଣ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏବେ ବି ସରକାର ଯୋଗ୍ୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଇ ନାହାନ୍ତି । ଯେଉଁ ସ୍ଥାନରେ ପକ୍କା ଘର ମିଳିଛି ସେଠି ବିଜୁ ପକ୍କା ଘରର ଲୋଗୋ ଲାଗିଛି ।
ତଳେ କାଳୀ ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁ ଲେଖା ଯାଇଛି । ମାତ୍ର କେବେ କେବେ ଘର ମିଳିଲା କେବେ ନିର୍ମାଣ ସରିଲା ତାହାର ତଥ୍ୟ ଲେଖା ଯାଇନାହିଁ । କେବଳ ବୋର୍ଡ ମାରା ଯାଉଛି ମାତ୍ର ଲୋକଙ୍କୁ ଘର ମିଳୁନି । ମୟୁରଭଞ୍ଜ ଜିଲ୍ଲାର ବନ୍ୟା ହୋଇନାହିଁ ମାତ୍ର ଲଗାଣ ବର୍ଷା ରେ ଜିରୋ କଜୁଆଲିଟିର ସତ ସାମ୍ନା କୁ ଆସିଛି । ଜିରୋ କାଜୁଆଳିଟି କାହିଁକି ତୃଣମୂଳ ସ୍ତରରେ ପାଳନ ହେଲାନାହିଁ । କାହିଁକି ସରକାରି ଅଧିକାରୀ ମାନେ ଏହାକୁ ପାଳନ କଲେ ନାହିଁ । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ରାଜ୍ୟ ବାସୀ ଙ୍କ ନିକଟରେ ଉତ୍ତର ଦାୟୀ କରି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲା ବିଜେପି।