ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ ପହଂଚିବା ନେଇ ହେବ ଆଲୋଚନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଉ କିଛି ସମୟ ପରେ ଆରମ୍ଭ ହେବ କାର୍ଯକାରିଣୀ। ନୂଆ ସଭାପତି ଭାବେ ମନମୋହନ ସାମଲ ଦାଇତ୍ୱ ନେବା ପରେ ଏହା ପ୍ରଥମ କାର୍ଯକାରିଣୀ। ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ହେବ ଆଲୋଚନା । ଏହାସହ କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଯିବ ସେନେଇ ବୈଠକରେ ଚର୍ଚ୍ଚା ହେବ ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ କାର୍ଯ୍ୟକାରିଣୀ ବୈଠକ । ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବୈଠକରେ ଉପସ୍ଥିତ ରହିବେ । ଏହାସହ ଦଳର ସମସ୍ତ ପଦାଧିକାରୀ, ସାଂସଦ, ବିଧାୟକଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ଯୋଗଦେବେ । 2024 ସାଧାରଣ ନିର୍ବାଚନ ଲାଗି ରାଜ୍ୟରେ ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ଯଥେଷ୍ଟ ଗୁରୁତ୍ୱ ରଖୁଛି।

Leave A Reply

Your email address will not be published.