କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନାମ ବିହୀନ ଚିଠି କୁ ନେଇ ବିଜେପିର ତୁମ୍ବୀତୋଫାନ ହାସ୍ୟାସ୍ପଦ: କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ର DoPT ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵ ହୀନ ଚିଠି ବୋଲି କଂଗ୍ରେସ କହିଛି l ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି l
ଏହି ଚିଠି ରେ କେଉଁ ଆଇ ଏ ଏସ ଅଫିସର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ l କି ଭଳି ଏବଂ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ଓ କେତେଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ l ଏହା ଏକ ବିଚିତ୍ର ପ୍ରକାରର ଚିଠି ବୋଲି କହିବା ସହିତ ଏଭଳି ଚିଠି ର କୌଣସି ଗୁରୁତ୍ଵ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା  ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି l
ଶ୍ରୀ ଦାସ ସମ୍ବିଧାନ ର ଧାରା ୩୦୯, ୩୧୯ ଓ ୩୨୦ ରେ ସର୍ବ ଭାରତୀୟ ପ୍ରସନିକ ସେବା ବିଷୟରେ ବିଶଦ ଉଲ୍ଲେଖ କରାଯାଇଛି ଏବଂ ତାର ନିୟମ କାନୁନ୍ କେଉଁ କେଉଁ କାରଣରୁ ଉଲଙ୍ଘନ ହୁଏ ଏବଂ ସେ କ୍ଷେତ୍ରରେ କିଭଳି କାଜ୍ୟନୁଷ୍ଠାନ ନିଆଯିବ, ସେସବୁ ବିସୟରେ ସବିସଦ ବର୍ଣ୍ଣନା କରାଯାଇଛି l ଏ ଚିଠି ରେ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ l
ପୁନଶ୍ଚ କେନ୍ଦ୍ର ସରକାର ଙ୍କ ମଧ୍ୟ ନିଜସ୍ଵ ଗୁଇନ୍ଦା ସଂସ୍ଥା ରହିଛି l ତା ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାର ଯେ କୌଣସି ସର୍ବଭାରତୀୟ ସେବା ଅଧିକାରୀ ଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ପାରିବେ ଏବଂ ସେ ତାଙ୍କର ଚାକିରୀ ର ନିୟମ କାନୁନ୍ କୁ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ଜାଣି ପାରିବେ l ସେକଥା ନକରି କେନ୍ଦ୍ର ସରକାର ଅଭିଯୋଗ କୁ ଆଖି ଠାର ମାରିଲା ଭଳି ଗୋଟିଏ ବାକ୍ୟର ଚିଠି ଟିକୁ ଲେଖିବା ପଛରେ ଅଭିଯୋଗ ର ଗୁରୁତ୍ଵ କୁ ହାଲୁକା କରିବାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି l
ଏଭଳି ଗୁରୁତ୍ଵ ବିହୀନ ଚିଠି କୁ ନେଇ ବିଜେପି ନେତା ମାନେ ଯେଉଁ ଟୁମ୍ଭି ତୋଫାନ କରୁଛନ୍ତି ତାହା ମଧ୍ୟ ବେଶ ହାସ୍ୟାସ୍ପଦ l ବାସ୍ତବରେ ବିଜେପି ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ l କେବଳ ଲୋକ ଦେଖlଣିଆ ଭାବରେ ସେମାନଙ୍କ ବିରୋଧ ସୀମିତ l ସେଥିରେ ଆନ୍ତରିକତା କମ, ସଠତା ବେଶୀ ବୋଲି ଶ୍ରୀ ଦାସ କଟାକ୍ଷ କରିଛନ୍ତି l ଅପର ପକ୍ଷରେ ଗଣ ତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି କେହି କୁଠାରଘାତ କଲେ କଂଗ୍ରେସ ତାହାର ପ୍ରତିବାଦ କରିବ ବୋଲି ସୁଦର୍ଶନ ଦାସ କହିଛନ୍ତି l

Leave A Reply

Your email address will not be published.