ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିବା ମନା କରାଯାଇଛି। ସର୍ତ୍ତ ମୁତାବକ ଅର୍ଚ୍ଚନାଙ୍କ ନାଁରେ ଦାୟର ମୋଟ ୩ଟି ମାମଲାରୁ ଏହାକୁ ମିଶାଇ ୨ଟିରେ ଜାମିନ ମିଳିଛି। ଗୋଟିଏ ମାମଲା ବିଚାରଧୀନ ଥିବାରୁ ଏବେବି ଜେଲ୍‌ରୁ ମୁକୁଳି ପାରିବେନି ଅର୍ଚ୍ଚନା।

ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଏବେ କେବଳ ଇଡି ମାମଲାରେ ଜାମିନ ପାଇନାହାନ୍ତି ଅର୍ଚ୍ଚନା। ଇଡ଼ି ମାମଲାରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁ ରହିଛି। ଆସନ୍ତା ୯ ତାରିଖରେ ଜଗବନ୍ଧୁଙ୍କ ଜାମିନ ନେଇ ଶୁଣାଣି ହେବାକୁ ଥିବା ବେଳେ ପରବର୍ତ୍ତୀ ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବାର ତାରିଖ ଧାର୍ୟ୍ୟ ହୋଇଛି। ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖାଯାଇଛି । ମାମଲାକୁ ନେଇ ବାହାରେ ସେ କିଛି ପ୍ରତିକ୍ରିୟା ରଖିପାରିବେନି ।

Leave A Reply

Your email address will not be published.