ପାକିସ୍ତାନରେ ବିସ୍ଫୋରଣ, ୧୦ମୃତ

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ କ୍ବେଟ୍ଟାରେ ବଡ଼ ଧରଣର ବିସ୍ଫୋରଣ; ୧୦ ମୃତ। ୧୦ ଜଣଙ୍କ ମୃତ୍ୟୁ, ୩୫ରୁ ଅଧିକ ଆହତ ସୂଚନା।ବିସ୍ଫୋରଣ ସହ ଗୁଳିମାଡ଼ ମଧ୍ୟ ହୋଇଥିବା। ସୂଚନା ଅଶାନ୍ତ ପାକିସ୍ତାନ । ବଲୁଚିସ୍ତାନର ରାଜଧାନୀ କ୍ବେଟା ସହରରେ ବଡ଼ଧରଣର ଆତ୍ମଘାତୀ ବିସ୍ପୋରଣ । ମଧ୍ୟାହ୍ଣ ପ୍ରାୟ ୧୨ଟା ସମୟରେ ଆତ୍ମଘାତୀ ବିସ୍ପୋରଣ ହୋଇଛି । ସୂଚନା ଅନୁସାରେ, ୮ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ବଡ଼ଧରଣର ହୋଇଛି ଯେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଫ୍ରଣ୍ଟିୟର ଫୋର୍ସ ମୁଖ୍ୟାଳୟ ନିକଟରେ ଘଟିଛି ବିସ୍ଫୋରଣ ।

ଏଥିରେ ୩ ଜଣ ପାକିସ୍ତାନୀ ସୈନ୍ୟ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । କ୍ବେଟାରେ ବାରମ୍ବାର ବିସ୍ଫୋରଣ ଘଟୁଛି । ପାକିସ୍ତାନ ସରକାର ଓ ସେନା ବିରୋଧରେ ବଲୁଚ ବାସିନ୍ଦା ଲଗାତାର ପ୍ରତିବାଦ କରିଆସୁଛନ୍ତି । ଶେହବାଜ୍ ସରକାର ବନ୍ଧୁକ ମୁନରେ ବଲୁଚିସ୍ତାନ ବାସିନ୍ଦାଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ସେପଟେ ପାକିସ୍ତାନ ଅଧିକୃତ- ପିଓକେରେ ସରକାରଙ୍କ ବିରୋଧରେ ଚରମ ଅଶାନ୍ତି ଲାଗିରହିଛି ।

Leave A Reply

Your email address will not be published.