ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ; ୨୫ ମୃତ।ଧାର୍ମିକ ସ୍ଥଳୀରେ ଆତ୍ମଘାତୀ ବିସ୍ଫୋରଣ; ଆଉ ୮୦ ଗୁରୁତର ଆହତ।ପୂରା ସହରରେ ଲାଗୁ ହେଲା ଏମର୍ଜେନ୍ସୀ, ଉଦ୍ଧାର କାର୍ଯ୍ୟ ଜାରି।ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ଜଣେ ମୁଖପାତ୍ରଙ୍କ ଠାରୁ ରିପୋର୍ଟ ନେଇନ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ବର୍ତ୍ତମାନ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ପିଆଇଏମ୍ଏସ୍ ଏବଂ ପଲିକ୍ଲିନିକ୍ ସ୍ଥାନାନ୍ତର କରାଯାଉଛି।
ଗତ ୬ ମାସ ମଧ୍ୟରେ ଇସ୍ଲାମାବାଦରେ ଏହା ଦ୍ୱିତୀୟ ବିସ୍ଫୋରଣ ଘଟଣା। ଗତ ନଭେମ୍ବରରେ ଇସଲାମାବାଦ କୋର୍ଟ ପରିସରରେ ଏକ କାର ବିସ୍ଫୋରଣ ଘଟିବାରୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୫ ରୁ ଅଧିକ ଆହତ ହୋଇଥିଲେ। କାର୍ଟି ଗୋଟିଏ ଜାଗାରେ ଛିଡ଼ା ହୋଇଥିବା ବେଳେ ବିସ୍ଫୋରଣ ଘଟିଥିା। ପାକିସ୍ତାନ ଅଧିକାରୀ ଏହାକୁ ଆତ୍ମଘାତି ଆକ୍ରମଣ ବୋଲି କହିଥିଲେ। ଇସଲାମାବାଦ ଜିଲ୍ଲା କୋର୍ଟର ପ୍ରବେଶ ଦ୍ୱାର ନିକଟରେ କାମ ସମୟରେ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ କୋର୍ଟ ପରିସରରେ ଉପସ୍ଥିତ ଓକିଲ ଏବଂ ଅନ୍ୟମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ୬ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।