ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହଳଦା ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ୨୦୨୩ -୨୪ ଅନୁଷ୍ଠିତ ଆଙ୍କର ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ୨୦୨୩-୨୪ ମୁଖ୍ୟ ପରିଚାଳକ ଜିଲ୍ଲା ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରାଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବହଳଦା ବିଡିଓ ଶରତ କୁମାର ମଲ୍ଲିକ, ସମ୍ମାନିତ ଅତିଥି ରୂପେ ଏସ୍ ଓ ସୁଶାନ୍ତ କୁମାର ଦେଉରୁ, ବି ପି ଏମ୍ ଓ ଓ ଏଲ ଏମ୍ ସରୋଜ କୁମାର ମଲ୍ଲିକ ଓ ବହଳଦା ବ୍ଲକ ବି ଏଲ ଏଫ୍ ଲିଡର ରଶ୍ମିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ |
ଅତିଥିଗଣ ନିଯୁକ୍ତି ମେଳାର ଆଭିମୁଖ୍ୟ କହିବାକୁ ଯାଇ କହିଥିଲେ ଆଜି ଏଠାରେ ୧୩ଟି ସରକାରଙ୍କ ସହବନ୍ଧିତ କମ୍ପାନୀ ଆସିଛନ୍ତି , ସେମାନେ ହେଲେ ଏସ ଆଇ ଏସ ସିକ୍ୟୁରିଟି, ଟେକ ଟ୍ରିକ ହେଲଥ କେୟାର, ସିପେଟ୍ ବାଲେଶ୍ବର, ଟି ଡି ଭି ବାଙ୍ଗାଲୋର, ଟି ଟି ଆଇ ତକତପୁର, ଏବିବେ ୱଏଷ୍ଟ ସରଭିସ୍ , ସିପେଟ୍ ପାରାଦୀପ, ଜନ ଶିକ୍ଷଣ ସଂସ୍ଥା, ଜେ ଏନ ଟାଟା ଭକେସନାଲ ଟ୍ରନିଙ୍ଗ ଇନଚିଚ୍ୟୁଟ, ଏଲ ଏଣ୍ଡ ଟି ପାହାଡପୁର, ସ୍କିଲ ଓଡିଶା, ୱାଲଡ ସ୍କିଲ ସେଣ୍ଟର ଭୁବନେଶ୍ବର ଓ ସୁଦକ୍ଷା ବାରିପଦା ପ୍ରମୁଖ | ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ଠାରୁ ସ୍ନାତକ ତଥା ଆଇ ଟି ଆଇ ଏଙ୍କ ଡିପ୍ଲମା ଧାରୀ ସହିତ ବୟସ ୧୮ ରୁ ୩୫ ହୋଇଥିବା ଉଚିତ ବୋଲି ସୂଚନା ଦେଇଥିଲେ |
ସେମାନଙ୍କୁ କମ୍ପାନୀ ତରଫରୁ ମାଗଣାରେ ରହିବା, ଖାଇବା ସହ ତାଲିମର ବ୍ୟବସ୍ଥା କରାଯିବ | ତା ପରେ ସରକାରଙ୍କ ପ୍ରମାଣପତ୍ର ଦେବା ପରେ ନିଶ୍ଚିତ ନିୟୋଜନ ର ସୁଯୋଗ ମିଳିବ | ଏଥିରେ ମୁଖ୍ୟତଃ ଭାବେ ସିଲେଇ, ଅତିଥିଚର୍ଚ୍ଚା, ନର୍ସି, ସିକ୍ୟୁରିଟି, ଆତ୍ମନିର୍ଭରଶୀଳ ତାଲିମ, ମେସିନ ମେକାନିକ, ପୋଷାକ ତିଆରି, ସ୍କିଲ ଓଡିଶାର ସଫଳ ଉଦ୍ଦୋଗ୍ୟ ଆଦି କର୍ମସଂସ୍ଥାନରେ ନିୟୋଜନ ପାଇପାରିବେ | ଏହି ଭବ୍ୟ ସଭା କୁ ବି ପି ଏମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ମେଳା ବହଳଦା ବ୍ଲକରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ |