ପିଲାଙ୍କ ବସ୍ତାନି ବୋଝ କମେଇବାକୁ ଭୁବନେଶ୍ୱର ମେୟରଙ୍କ କଡା ନିର୍ଦ୍ଦେଶ,ସ୍ୱାଗତ କଲା ଅଭିଭାବକ ମହାସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପ୍ରାୟ 80ଟି ସରକାରୀ ଓ ପାଞ୍ଚ ଶହ ପଚାଶରୁ ଉର୍ଦ୍ଧ ଘରୋଇ ସ୍କୁଲ ଚାଲୁଛି l ଦୁଇସହରୁ ଉର୍ଦ୍ଧ ଘରୋଇ ସ୍କୁଲ ବିନା ସ୍ୱୀକୃତିରେ ଚାଲୁଛି l ଏହି ଘରୋଇ ସ୍କୁଲମlନେ ସରକାର ନୀତି ନିୟମ ଅଥବା ଆଇନ କାନୁନ କିଛି ମାନୁ ନାହାନ୍ତି l ସେ ସ୍କୁଲ ଫିସ ହେଉ କି ସ୍କୁଲ ବ୍ୟାଗ ଓଜନ ଓ ଆବଶ୍ୟକ ରୁ ଉର୍ଦ୍ଧ ପୁସ୍ତକ ବ୍ୟବହାର ହେଉ, କିଛି ନିର୍ଦେଶକୁ ମାନୁ ନାହାନ୍ତି l ଆଜି ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗରର ମେୟର ସୁଲୋଚନା ଦାସଙ୍କ କାର୍ଯ୍ୟାଳୟରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଥିଲା l ଘରୋଇ ସ୍କୁଲ ମାନଙ୍କରେ ନିୟମ ଅନୁଯାଇ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ନିର୍ଦ୍ଧାରିତ ଓଜନର ସ୍କୁଲ ବ୍ୟାଗ ନେଇ ସ୍କୁଲକୁ ଯିବା କଥା ହେଲେ ଦେଖl ଯାଉଛି ସ୍କୁଲରେ ପିଲାମାନେ ପନ୍ଦର କିଲୋ ପର୍ଯ୍ୟନ୍ତ ଓଜନର ସ୍କୁଲ ବ୍ୟାଗ ବୋହିକି ନେଉଛନ୍ତି l ଯାହା ଫଳରେ ସେମାନଙ୍କର ବିଭିନ୍ନ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଯାଉଛି l

ଏହି ସମସ୍ୟାର ପ୍ରମୁଖ  କାରଣ ହେଉଛି ପ୍ରାଇଭେଟ ପବ୍ଲିକେସନ ବହିର ବହୁଳ ବ୍ୟବହାର l କେବଳ ପଇସା ପାଇଁ ମୋଟା ମୋଟା ବହି ବ୍ୟବହାର କରୁଛନ୍ତି l ସ୍କୁଲରେ ପିଲାମାନଙ୍କୁ ଏନ.ସି.ଇ.ଆର.ଟି ବହିରେ ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ଓ ନିର୍ଦେଶ ଥିବାବେଳେ ଘରୋଇ ସ୍କୁଲ ମlନେ ନିଜର ଆର୍ଥିକ ମୁନାଫା 40-50% ପାଇଁ ପ୍ରାଇଭେଟ ପବ୍ଲିକେସନ ବହିରେ ପାଠ ପଢ଼ାଉଛନ୍ତି l କୋମଳମତି ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳିବା ସହିତ ଅଭିଭାବକ ମାନଙ୍କୁ ଅଯଥା ଆର୍ଥିକ ଓ ମାନସିକ ବୋଝ ଦେଉଛନ୍ତି l ଅଭିଭାବକ ମନେ ଘରୋଇ ସ୍କୁଲରେ ଯେ କୌଣସି ଅସୁବିଧା ହେଲେ ସ୍ଥାନୀୟ କର୍ପୋରେଟରଙ୍କ ପାଖରେ ଅଭିଯୋଗ କରିବା ସାଧାରଣ ଘଟଣା l ହେଲେ କର୍ପୋରେଟର ମନେ ମଧ୍ୟ ସେହି ସ୍କୁଲର ସମସ୍ୟା ତଥା ପରିଚାଳନା ଗତ ତଥ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇ ନ ଥୁବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଭାବେ ତାଙ୍କର ଜନସାଧାରଣଙ୍କ ପ୍ରତି ଉତ୍ତର ଦାୟିତ୍ୱ ମଧ୍ୟ ତୁଲାଇ ପାରୁନାହାନ୍ତି l ତେଣୁ ସବୁ ସ୍କୁଲର ପରିଚାଳନା କମିଟିରେ କର୍ପୋରେଟର ମlନେ ରହିଲେ ସମସ୍ୟା ସମାଧାନ ପାଇଁ ସୁବିଧା ହେବ l

ଆଜିର ଏହି ଆଲୋଚନା ବେଳେ ଏହି ସମ୍ପର୍କ ରେ ଆଲୋଚନା ହୋଇଥିଲା l 74 ସମ୍ବିଧାନ ସଂଶୋଧନରେ 29 ବିଷୟ ସହରାଞ୍ଚଳ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇଛି l ମେୟର ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରି ପନ୍ଦର ଦିନ ଭିତରେ ସମସ୍ୟା ସମାଧାନ ପାଇଁ କହିଛନ୍ତି l ନଚେତ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ମହାସଂଘକୁ ପ୍ରତିଶୃତି ଦେଇଛନ୍ତି l ଆଜିର ଏହି ଆଲୋଚନା ସମୟରେ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, କୋଷାଧକ୍ଷ ସତ୍ୟଜିତ ଦାସ, ରଞ୍ଜନ ଦାସ ଓ ଅରୁଣ ସ୍ବାଇଁ ଆଦି ଉପସ୍ଥିତ ଥିଲେ l

Leave A Reply

Your email address will not be published.