ଦାୟିତ୍ୱ ନେବା ପରେ ଆକ୍ସନ ମୋଡ଼ରେ ବିଏମସି କମିଶନର, ରାଜଧାନୀରେ ଡେଙ୍ଗୁ ମୁକାବିଲା ନେଇ ପ୍ରସ୍ତୁତ କଲେ ଆକ୍ସନ ପ୍ଲାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ବିଏମସିର ଡେଙ୍ଗୁ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନୂତନ ଭାବେ ବିଏମସି କମିଶନର ଭାବେ ଯୋଗ ଦେବା ପରେ ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରଥମ ବୈଠକ। ମୟେର ସୁଲୋଚନା ଦାସ ଙ୍କ ସହ କର୍ପୋରେଟର,ବିଏମସି ଅଧିକାରୀ ,ସ୍ୱାସ୍ଥ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।ବୈଠକ ଡେଙ୍ଗୁ ମୁକାବିଲା ନେଇ ଗୁରୁତ୍ଵାରୋପ କରାଯାଇଛି। ବୈଠକ ଶେଷ ପରେ
ମେୟର ସୁଲୋଚନା ଦାସ କହିଛନ୍ତି ଡେଙ୍ଗୁ ଚେନ୍ ରେ ଲାଗିବ ବ୍ରେକ।

  • ରାଜଧାନୀରେ ପାଳନ ହେବ dry day।ଡ୍ରାଇ ଡେ’ ଅର୍ଥାତ ଅଫିସ ହେଉ କିମ୍ବା ଘରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡ଼ିକୁ ସଫା କରିବା । ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠନ ହେବ ଗ୍ରୁପ ।
  • ପ୍ରତି ଗୁରୁବାର ଓ ରବିବାର ହେବ dry day
  • ଘର ଆଖପାଖ ରେ ପାଣି ଜମୁଥିବା ପାତ୍ର, କୁଣ୍ଡ ଏହି ଦୁଇଦିନ ଓଲଟାଇ ରଖିବାକୁ bmc ର ନିବେଦନ
  • ପାଣି ଜମୁଥିବା ସ୍ଥାନ ରେ ଏଡିସ ମଶା ବୃଦ୍ଧିର ଶୃଙ୍ଖଳ ଭାଙ୍ଗିବାକୁ ଏହି ଡ୍ରାଏ ଡେ ପାଳନ ହେବ
  • ଏହା ସହ ରାଜଧାନୀ ରେ ବୁଲିବ ଡେଙ୍ଗୁ ସଚେତନତା ରଥ
  • ସ୍କୁଲ,କଲେଜରେ ଡେଙ୍ଗୁ ନେଇ ସଚେତନତା କରାଯିବ।
  • ବିଭିନ୍ନ ୱାର୍ଡ ରେ ମଧ୍ୟ Street play ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ
  • ଏବେ ସୁଦ୍ଧା ରାଜଧାନୀରେ 30 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

କହିରଖୁଛୁକି ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନେକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବଢ଼ୁଥିବା ଡେଙ୍ଗୁକୁ ଦେଖି ବିଏମସିର ନୂଆ କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜଧାନୀରେ ଡେଙ୍ଗୁ ରୋକିବାକୁ ନୂଆ କମିଶନର କଡା ପଦକ୍ଷେପ ନେଇଛନ୍ତି।

 

Leave A Reply

Your email address will not be published.