ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାହାକୁ ଦେଇ ଚିନ୍ତାରେ ରାଜ୍ୟବାସୀ । ବର୍ତ୍ତମାନ ସପ୍ତାହ ହେବ ୫ ଶହ ଉପରେ ରହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସଂକ୍ରମଣ ମଧ୍ୟ ଆଗକୁ ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବର୍ତ୍ତମାନ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେଣୁ ବିଭିନ୍ନ ଦୋକାନ , ସପିଂ ମଲ, ହାଟ ବଜାର , ଖାଇବା ଷ୍ଟଲ୍ ଆଗରେ ଭିଡ଼ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଇବା ଷ୍ଟଲରେ ଭିଡ଼ ଅନିୟନ୍ତ୍ରିତ ହେଲେ ଘରକୁ ପାର୍ସଲ ଦେବାକୁ କୁହାଯାଇଛି । ଏହା ପରେ ସପିଂ ମଲ୍ରେ ମାସ୍କ ପିନ୍ଧିବା ସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବାକୁ କୁହାଯାଇଛି । ତେବେ ନିୟମ ଉଲ୍ଲଂଘନ ହେଲେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।