ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଅପରାହ୍ନରେ ଡେଙ୍ଗୁ ଦମନ ସଚେତନତା ନେଇ ଅନୁଷ୍ଠିତ ହୋଇଯାଇଚି ଏକ ସ୍ୱତନ୍ତ୍ର ବୈଠକ । ଆଜିଠାରୁ ଘର ଘର ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା ବେଳେ, ଆଜି ଭୁବନେଶ୍ୱର ମହାନଗର ନିଗମ(ବି ଏମ୍ ସି ) ଅଂଚଳରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ବି ଏମ୍ ସିର କମ୍ୟୁନିଟି ଅର୍ଗାନାଇଜର ମାନଙ୍କୁ ନେଇ କରାଯାଇଛି ବିଦ୍ୟାଳୟରେ ଡେଙ୍ଗୁ ଦମନ ଶିକ୍ଷା ଅଭିଯାନ ବାବଦରେ ଆଲୋଚନା । ରଣନୀତି ଅନୁଯାଇ ଆମକୁ ତୃଣମୂଳ ସ୍ତରକୁ ଯାଇ ସଚେତନ କରାଇବା ସହିତ କ’ଣ କରିବା ଏବଂ କ’ଣ ନ କରିବା ତାହା ଛାତ୍ର/ଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିବାକୁ କହିଛନ୍ତି କମିଶନର । ପ୍ରାର୍ଥନା ସରିବା ପରେ କିମ୍ବା କୌଣସି ବିଷୟର ଆଲୋଚନା ବେଳେ ଆମ ଶିକ୍ଷକମାନେ ବର୍ତମାନର ସ୍ୱାସ୍ୟ୍ଥ୍ର ସମସ୍ୟା ବାବଦରେ ପିଲାମାନଙ୍କୁ ଅବଗତ କରାଇବାର ଯୋଜନା କରି ସେହି ଅନୁଯାୟୀ ସଚେତନ କରାଇବାକୁ କୁହାଯାଇଛି ।
ଛାତ୍ର/ଛାତ୍ରୀମାନେ ସାଧାରଣତଃ ତାଙ୍କ ବିଦ୍ୟଳୟର ଆଲୋଚନାକୁ ଶୀଘ୍ର ମାନିନେଇଥାନ୍ତି । ତେଣୁ ଶିକ୍ଷକ ଭାବେ ଆପଣମାନେ ବିଦ୍ୟାଳୟରେ ଏକ ଡେଙ୍ଗୁ ଅଡିଟ୍ କରାନ୍ତୁ ବୋଲି କମିଶନର ବୁଝାଇଥିଲେ । ସ୍କୁଲରେ ଥିବା କିମ୍ବା ପାଖରେ ଥିବା ପାଣି ଜମା ସ୍ଥାନକୁ ଦେଖାଇ, ନିକଟରେ କୌଣସି ଭଙ୍ଗା ପାତ୍ରରେ ପାଣି ଜମିଥିଲେ ଏହା କିପରି ମଶା ବଂଶ ବୃଦ୍ଧିର କାରଣ ଏବଂ ଏହାର ନିରାକରଣ କ’ଣ ତାହା ବୁଝାଇବା ସହିତ ପିଲାମାନେ ଏଥିରୁ କ’ଣ ଶିଖିଲେ ତାହା ପଚାରନ୍ତୁ ଏବଂ ଡେଙ୍ଗୁ ବ୍ୟାପିବାର କାରଣ ବୁଝାଇ ଦିଅନ୍ତୁ । ଏହିପରି ଭାବେ ସେମାନେ କିପରି ନିଜ ଘରେ ଓ ଆଖପାଖରେ ଡେଙ୍ଗୁ ଅଡିଟ୍ କରି ସଚେତନତା କରାଇବାକୁ କୁହାଯାଇଛି । ଏଥିରେ ଶିକ୍ଷକ ମାନଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା କରାଯାଇଛି ।
ଅନ୍ୟପକ୍ଷରେ ଡ୍ରାଏ ଡେ ପାଳନକୁ କଡାକଡି କରାଯାଇଛି । ପିଲାମାନେ ମଧ୍ୟ ନିଜ ପରିବେଶର ପରିଚ୍ଛନ୍ନତାକୁ ଧ୍ୟାନ ଦେବାକୁ ଏବଂ
ଏଦିଗରେ ନିଜ ଘରର ୫ ମିଟର ଚତୁଃପାଶ୍ୱର୍କୁ ପରିଚ୍ଛନ୍ନ ରଖିବାକୁ ବି ଏମ୍ ସିର ବାର୍ତା କିପରି ସହାୟକ ତାହା ମଧ୍ୟ ପିଲାମାନେ
ଜାଣନ୍ତୁ ବୋଲି କୁହାଯାଇଛି ।
ପରିଚ୍ଛନ୍ନତା କେବଳ ଝାଡୁରେ ଓଳାଇବା ନୁହେଁ, ଏହା ଏକ ବ୍ୟାପକ ଶବ୍ଦ ଏବଂ ସମୟ/ ପରିସ୍ଥିତି ଅନୁଯାୟୀ ପରିଚ୍ଛନ୍ନତାକୁ ଆଗେଇ ନେବା ଆବଶ୍ୟକ । ତେଣୁ ପତ୍ୟେକ ବିଦ୍ୟର୍ଥୀ ନିଜଘରେ ଓ ପାଖରେ ମଶା ଡିମ୍ବ ଦେବା ସ୍ଥାନ ଚିହ୍ନ ଼ଟ କରିବାର ଅଭ୍ୟାସ କଲେ ଏହା ଏକ ଆଚରଣଗତ ପରିବର୍ତନ ଭାବେ ଦେଖାଦେବ ଏବଂ ଗୋଷ୍ଠୀ ସହଭାଗୀତାରେ ରୋଗ ଦମନ ହେବ ବୋଲି କହିଥିଲେ କମିଶନର । ଆଜି ବିଭିନ୍ନ ଅଂଚଳର ଡାକ୍ତର ଏବଂ ସ୍ୱାସ୍ଥ୍ର୍ୟକର୍ମୀଙ୍କ ନେତୃତ୍ୱରେ ଟିମ୍ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇଛନ୍ତି । ମୁଖ୍ୟତଃ ବିଏମ୍ସି ଅଂଚଳରେ ରହିଥିବା ଡେଙ୍ଗୁ ହଟସ୍ପଟ ଅଂଚଳରେ ଏହି ଅଭିଯାନକୁ ତ୍ୱରାନ୍ୱତ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲାବେଳେ ଡାକ୍ତରମାନେ ଏହି ସମୟରେ ଗୋଷ୍ଠୀର ମନୋବଳ ଏବଂ ସ୍ୱାସ୍ଥ୍ୟ ଶିକ୍ଷାକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି କମିଶନର । ବିଭିନ୍ନ ଅଂଚଳ ବୁଲି ସେଠାରେ ଲାର୍ଭା ଉତ୍ସକୁ ନଷ୍ଟ କରିବା ସହିତ ଗୋଷ୍ଠୀକୁ ପରାମର୍ଶ ଦେଇଛନ୍ତି ।
ଜୋନ୍ ସ୍ତରରେ ଜୋନାଲ ଡେପୁଟି କମିଶନରଙ୍କ ତତ୍ୱାବଧାନରେ ଆସିଷ୍ଟାଂଟ କମିଶନର, ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ଆଂଟି ଲାର୍ଭା ୱାର୍କର, ଆବାସିକ ସଂଗଠନ ଇଦ୍ୟାଦି ନିଜ ନିଜ ୱାର୍ଡରବିଭିନ୍ନ ସ୍ଥାନକୁ ଯାଇ ବୁଲି ଦେଖିଛନ୍ତି । ଘର ଓ ପରିବାର ବୁଲି ଦେଇଛନ୍ତି ଡେଙ୍ଗୁ ସଚେତନ ବାର୍ତା । ପରିବାରଙ୍କ ଅନୁମତି ନେଇ ସଂଦିଗ୍ଧ ସ୍ଥାନଗୁଡିକୁ ଚିହ୍ନଟ କରିଛନ୍ତି । ଗାମଗ୍ରିକ ଭାବେ ଆଜି ବିଭିନ୍ନ ୱାର୍ଡର ରେ ଫୁଲକୁଣ୍ଡ, ପାତ୍ର, ଖୋଳ, ନଳା ଗାତ, ଅବ୍ୟବହୃତ କୁଣ୍ଡ ଇତ୍ୟାଦି ମଶା ଉତ୍ପତି ସ୍ଥଳଗୁଡିକୁ ନଷ୍ଟ କରାଯାଇଛି । ଏହା ସଂଗେ ସଂଗେ ଲାର୍ଭି ସାଇଡ ବା ମଶାମରା ତେଲ ସିଚନ କରାଯାଇଛି ।
ଚାଲୁ ରହିଥିବା ୨୦୨୩ ସ୍ୱଚ୍ଛ ସର୍ବେକ୍ଷଣରେ ଏସ୍ ବି ଏମ୍ ଅର୍ବାନ ପୋର୍ଟାଲକୁ ଯାଇ ଭୁବନେଶ୍ୱର ସପକ୍ଷରେ ମତ ଦିଅନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବାର୍ତାକୁ ଦର୍ଶାଇ ସମସ୍ତେ ଭୁବନେଶ୍ୱର ପାଇଁ ମତ ଦେବାକୁ ଅନୁରୋଧ କରିଛନ୍ତି ବି ଏମ୍ ସି କର୍ତୃପକ୍ଷ । ଉକ୍ତ ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଂଜନ ସାହୁ, ଏ ଡି ୟୁ ପି ଏଚ୍ ଓ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ସମସ୍ତ ଜୋନାଲ୍ ଡେପୁଟି କମିଶନରମାନେ ଯୋଗଦେଇଥିଲେ ।