BMC ଆଣିଲା ନୂଆ ନିୟମ, ଏଣିକି ପୋଷା କୁକୁର କାମୁଡ଼ିଲେ ମାଲିକ ଦେବେ ଜରିମାନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆପଣ ଘରେ ରଖିଥିବା ପୋଷା ଜୀବଜନ୍ତୁ ଏବେଠୁ ଆପଣଙ୍କ ନାମରେ ପରିଚିତ ହେବ ଆପଣ ପୋଷାଜୀବ !ଆପଣଙ୍କ କୁକୁର ଅନ୍ୟକୁ ଆକ୍ରମଣ କଲେ ଆପଣ ଦେବେ ଜୋରିମାନାରାଜଧନୀରେ ପୋଷା କୁକୁରଙ୍କର ହେବ ପଞ୍ଜିକରଣ।ଆପଣଙ୍କ ଗୃହପାଳିତ ଜୀବର ମୃତ୍ୟୁ ପରେ ବିଏମ୍ସି ନେବ ଡେଡ ବଡି । ଡ୍ରାଫ୍ଟ ପଲିସିରେ ଏମିତିଆ ଯାଜନା କରିଥିବା ବେଳେ ସ୍କାର୍ଟ ଜନପଥ, ହକି ବିଶ୍ବକପ ପ୍ରସ୍ତୁତି ନେଇ ବିଏମସି କରପୋରେସନ ବେୈଠକରେ ସ୍ଥାନ ପାଇଛି।

ଗୃହ ପାଳିତ ପଶୁପକ୍ଷୀଙ୍କ ପାଇଁ ଆସିବ ସ୍ଵତନ୍ତ୍ର ପେଟ dog ଆକ୍ଟ। ଡ୍ରାଫ୍ଟ ଏସଓପିକୁ ନେଇ ବିଏମସି କର୍ପୋରେସନ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରରେ କୁକୁର ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଏବେ ଗୃହପାଳିତ ପୋଷା ଜୀବଜନ୍ତୁଙ୍କ ପାଇଁ ଆସିବାକୁ ଯାଉଛି ଏଭଳି ଗାଇଡଲାଇନ୍। ମହାନଗର ନିଗମ ଆଇନ ୨୦୦୩ର ଧାରା ୫୪୩(ବି) ଅନୁଯାୟୀ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଏମସି କର୍ପୋରେସନ ବୈଠକ ବସିବା ସହିତ ଜନସାଧାରଣଙ୍କ ମତାମତ ଲୋଡାଯାଇଛି। ଭୁବନେଶ୍ବରର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆସିବାକୁ ଥିବା ଗାଇଡଲାଇନ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ବିଭିନ୍ନ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ ମାନେ ଯୋଗ ଦେଇ ବିଏମସିର ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି। ପ୍ରସ୍ତୁତ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଏଥିରେ ଆଉ କିଛି ପରିବର୍ତ୍ତନ କରାଯାଇ ପରବର୍ତ୍ତୀ ବୈଠକରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ସ୍କାର୍ଟ ଜନପଥ କୁ ନେଇ କରପୋେରସନ ଵୈଠକରେ ହାଇଥିଲା ଆଲୋଚନା । ପ୍ରକଳ୍ନ ଶେଷ ଓ ଭିତ୍ତିଭୁମି, ଉନ୍ନତି, ରକ୍ଷଣାବେକ୍ଷର ନେଇ ମଧ୍ୟ ଆଲୋଚନା ହୋଇଥିଲା ଏଥିରେ ସ୍କାର୍ଟ ସିଟି ପ୍ରକଳ୍ପରେ ଖର୍ଚ ସହ ପ୍ରୋଜକ୍ଟ ବିଷୟରେ ଅବଗତ ଓ ବିଏମସିକୁ ତଥ୍ୟ ଦେବାକୁ କରେପାାରସନ ବୈଠକରେ ପ୍ରସଙ୍ଗ ଉଠାଇଥିଲା ବହୁ ବିରୋଧୀ କରପୋେରଟର। କେଉଁ ଅଞ୍ଚଳ ବିଏମସି ଓ କେଉଁ ଅଞ୍ଚଳ ସ୍ମାର୍ଟ ସିଟି ଅଧୀନରେ ଆସୁଛି । ସେ ନେଇ ବିଏସସି ଅଧିକାରୀଙ୍କ ଠାରୁ ତଥ୍ୟ ମାଗିଥିଲେ । ସ୍କାର୍ଟ ସିଟିରେ କିଓସ୍କ ବଣ୍ଟନ ନେଇ କିଛି ଆପତ୍ତି ଅଭିେଯାଗ ଆସିଥିଲା ।ସେପଟେ ସହର ଭିତରେ କବାଡିଆ ଦୋକାନ ଯୋଗୁ ସମସ୍ୟା ହେଉଛି। ସହର ଭିତରେ କବାଡିଆ ଙ୍କୁ ବାରଣ କରାଯିବ । ଏହା ସହ ହକି ବିଶ୍ବ କପ ପୁର୍ବରୁ ସହରକୁ କିଭଳି ସ୍ବଚ୍ଚ,ସୁନ୍ଦର କରାଯିବ ସେନେଇ ମଧ୍ୟ ବେୈଠକରେ ଆଲୋଚନା ହୋଇଥିଲା।

ରାଜଧାନୀରେ ପୋଷା ଜୀବଜନ୍ତୁଙ୍କର ହେବ ପଞ୍ଜିକରଣ। ଗୃହ ପାଳିତ ପଶୁପକ୍ଷୀଙ୍କ ପାଇଁ ଆସିବ ସ୍ଵତନ୍ତ୍ର ଗାଇଡଲାଇନ୍। ଡ୍ରାଫ୍ଟ ଏସଓପିକୁ ନେଇ ବିଏମସି ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଆଗକୁ ହକି ବିଶ୍ବ କପ ପୁର୍ବରୁ ସହରକୁ କିଭଳି ଅଧିକ ସ୍କାର୍ଟ ଓ ସୁନ୍ଦର ହେବା ଗୁରୁତ ଦେଇଛି ବିଏମସି। ତେବ ଆଗୁ ପ୍ରକଳ୍ପ କେତେ ଫଳପ୍ରଦ ହେଉଛି ତା ଉପରେ ରହିଛି ସ୍ମାର୍ଟ ସିଟି ବାସୀଙ୍କ ନଜର ।

Leave A Reply

Your email address will not be published.