କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେ କାଳ ସାଜିଲା କାଳବୈଶାଖୀ: ମଝି ଚିଲିକାରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା, ୧୧ ଉଦ୍ଧାର ଜଣେ ନିଖୋଜ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):   ଚିଲିକାରେ ପୁଣି ଦୁର୍ଘଟଣା । ମଝି ଚିଲିକାରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା । ମାଆ କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର । ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ । ଡଙ୍ଗା ବୁଡିଯିବା ପରେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି।

ସୂଚନାଅନୁସାରେ ଅପରାହ୍ନରେ ବାଲେଶ୍ୱର ଅଞ୍ଚଳର କିଛି ପର୍ଯ୍ୟଟକ ଚିଲିକାରେ କାଳିଜାଇ ଦର୍ଶନ ପାଇଁ ଯାଇ ଫେରୁଥିଲେ। ହଠାତ କଳାହାଣ୍ଡିଆ ମେଘ ସହ ପବନ ମାଡିଆସିଥିଲା। ଯାହା ଫଳରେ ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରାଯାଉଛି। ତେବେ ସୌଭାଗ୍ୟ ବସତଃ ଡଙ୍ଗାଟି ବୁଡିବା ସ୍ଥାନରୁ କିଛି ଦୂରରେ ଏକ ପୁଲିସ ବୋଟ୍‌ ରହିଥିବାରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା। ହେଲେ ଜଣେ ଯାତ୍ରୀ ନିଖୋଜ ରହିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲରେ ଭର୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କର କୌଣସି ଖୋଜ ଖବର ମିଳି ପାରୁନାହିଁ । ବାଲୁଗାଁ ଓ ବାଣପୁର ପୁଲିସ ଘଟଣାସ୍ଥଳରେ ପହଁଚିଛନ୍ତି ।

Leave A Reply

Your email address will not be published.