ଓଡ଼ିଆ ନ୍ୟୁଜ୍: ମହାନଦୀରେ ଓଲଟିଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ।ଅମଙ୍ଗେଇକୁଦର ଯାତ୍ରୀ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା। କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟଭାଗରେ ଥିବା ଶୈବପୀଠକୁ ଯାଇଥିଲେ।ମହାନଦୀ କୂଳରେ ଡଙ୍ଗାଟି ଓଲଟିବାରୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ।
ସୂଚନା ଅନୁଯାୟୀ କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟଭାଗରେ ଥିବା ଶୈବପୀଠକୁ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାଇଥିଲେ ଶ୍ରଦ୍ଧାଳୁ। ତେବେ ନଦୀ କୂଳରେ ଡଙ୍ଗାଟି ଓଲଟିପଡ଼ିବାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ।