ଆଜି ଧାରା ଶ୍ରାବଣ ର ପ୍ରଥମ ସୋମବାର, ବୋଲ ବମ୍ ହର ହର ବମ୍ ଶବ୍ଦରେ କମ୍ପିଲା ଏକାମ୍ର କ୍ଷେତ୍ର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଧାରା ଶ୍ରାବଣ ର ପ୍ରଥମ ସୋମବାର । ଏକାମ୍ର କ୍ଷେତ୍ର କମ୍ପିଲା ବୋଲ ବମ୍ ହର ହର ବମ୍ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ଶହ ଶହ କାଉଡ଼ିଆ । ମହାଦେବ ଙ୍କୁ ଜଳାଭିଷେକ ଲାଗି କଲେ କାଉଡ଼ିଆ । ଦୁଇ ବର୍ଷ ପରେ ମନ୍ଦିର ପ୍ରବେଶ କରି ଶିବ ଲିଙ୍ଗ ରେ ପାଣି ଢାଳିବାର ସୁଯୋଗ ପାଇଲେ । ଆଜି ଯଦିଓ ଟିକେ ଭିଡ଼ କମ୍ ଥିଲା ତଥାପି ଅନେକ କାଉଡ଼ିଆ ବିନ୍ଦୁ ସାଗର ରୁ ପାଣି ଉଠାଇ ଲିଙ୍ଗରାଜ ଙ୍କ ମଥାରେ ଜଳ ଢାଳିଛନ୍ତି । ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ । ସେଥିଲାଗି ଲିଙ୍ଗରାଜ ମନ୍ଦିର ରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯାଇଥିଲା। ଭୋର୍‌ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଜଳାଭିଷେକ ପାଇଁ ବ୍ୟାରିକେଡ୍‌ ର ବ୍ୟବସ୍ତା କରାଯାଇଥିଲା ।

କରୋନା କଟକଣା ଦୃଷ୍ଟିରୁ କାଉଡ଼ିଆମାନେ ଓ ସେବାୟତ ମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି। ଗର୍ଭଗୃହ ରୁ ଦର୍ଶନ ମନା ହୋଇଥିବାରୁ ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ କରାଯାଇଥିଲା । କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଶ୍ରାବଣୀ ଜଳ ଢା‌ଳିଥିଲେ । ମନ୍ଦିର ବାହାରେ କିଛି ସାମାଜିକ ସଙ୍ଗଠନ ପକ୍ଷରୁ କାଉଡ଼ିଆ ଓ ଅନ୍ୟ ଶ୍ରଦ୍ଧାଳୁ ଙ୍କୁ ଜଳଖିଆ,ଦୁଗ୍ଧ ପ୍ରଦାନ କରାଯାଇଥିଲା ।ସେପଟେ ଟ୍ରାଫିକ ନୟନ୍ତ୍ରଣପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ଓଡ୍ରାଫ ଟିମ୍ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ଉପସ୍ଥିତି ଥିଲେ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ dcp ଙ୍କ ନେତୃତ୍ୱରେ 5 ACP ,8 IIC, 33 SI ଙ୍କ ସହ 6 ପ୍ଲାଟୁନ ପୋଲିସ ଫୋର୍ସ ,50 ହୋମ ଗାର୍ଡଙ୍କୁ ନିୟୋଜିତ କରାଜାଇଥିଲା ।

Leave A Reply

Your email address will not be published.