ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନ ଙ୍କ ର ହେବ ମହା ମିଳନ । ପାଣି ଲାଗି କରିବାକୁ କାଉଡ଼ିଆ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଶ୍ରଦ୍ଧାଲୁ ଯାଉଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ବୋଲ ବମ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ବର୍ ରେ ବିଭିନ୍ନ ଦୋକାନ ମଧ୍ୟ ଖୋଲିଛି ନୁଆ ବାହୁଙ୍ଗୀ, ଗଡଗଡିଆ ମାଳୀ, ରୁଦ୍ରାକ୍ଷ ମାଳି, ବୋଲ୍ ବମ ପୋଷାକ ନେବା ନିମନ୍ତେ ଦୋକାନ ପାଖରେ ଭିଡ଼ । ଦୀର୍ଘ ଦୁଇ ବର୍ଷ ପରେ ଦୋକାନ ଖୋଲିଥିବା ରୁ ଦୋକାନୀ ମଧ୍ୟ ଖୁସି ଅଛନ୍ତି ।
ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଶେଖ ନିମନ୍ତେ ଚଲିତ ବର୍ଷ ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କ ଭିଡ ଲାଗିବ ।ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଜଳାଭିଷେକ ପାଇଁ ଏବେଠୁ ବ୍ୟାରିକେଡ୍ ବନ୍ଧା ଆରମ୍ଭ ହୋଇଛି। କରୋନା କଟକଣା ଦୃଷ୍ଟିରୁ କାଉଡ଼ିଆମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ଭକ୍ତ ଓ ସେବାୟତମାନେ ମାସ୍କ ପିନ୍ଧି ମନ୍ଦିରକୁ ଯିବେ। କାଉଡ଼ିଆମାନେ ସାମାଜିକ ଦୂରତା ରକ୍ଷା କରିବେ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଶ୍ରାବଣୀ ଜଳ ଢାଳିବେ।
ସେପଟେ ଟ୍ରାଫିକ ନୟନ୍ତ୍ରଣପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛ । ମନ୍ଦିର ଭିତରେ ଓ ବାହାରେ ଓଡ୍ରଫ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ dcp ଙ୍କ ନେତୃତ୍ୱରେ 5 ACP ,8 IIC, 33 SI ଙ୍କ ସହ 6 ପ୍ଲାଟୁନ ପୋଲିସ ଫୋର୍ସ ,50 ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ ।
ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍ ୩ଟାରୁ ଖୋଲାଯିବ। ଭୋର୍ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ ଆରମ୍ଭ ହେବ। ଭୁବନେଶ୍ବର ରୁ ଭିଡିଓ ଗ୍ରାଫାର ଅଞ୍ଜନ ରାଉତ, ଦୀପ୍ତିମୟ ଙ୍କ ସହ ସୌମ୍ୟ ରଞ୍ଜନ ଓ ସ୍ନିଗ୍ଧ ଚନ୍ଦନ ଙ୍କ ରିପୋର୍ଟ କଳିଙ୍ଗ ଟିଭି…