ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବଲିଉଡ୍ ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍ ତଲପଡେଙ୍କୁ ହୃଦଘାତ । ସୁଟିଂ କରୁଥିବାବେଳେ ଛାତିରେ ଅନୁଭବ କରିଥିଲେ ଯନ୍ତ୍ରଣା ଆଉ ତଳେ ପଡିଯାଇଥିଲେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 47 ବର୍ଷୀୟ ଶ୍ରେୟସ୍ ଙ୍କ ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍। ତେବେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି। ପ୍ରକାଶଥାଉକି ଶ୍ରେୟସ୍ ତଲପଡେ ‘Welcome to the Jungle’ ନାମକ ଏକ ଫିଲ୍ମର ସୁଟିଂ କରୁଥିଲେ। ସେ ଘରେ ପହଞ୍ଚିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
ଆଜି ଦିନ ତମାମ ତଲପଡ଼େ ସୁଟିଂ କରୁଥିଲେ ଏବଂ ଠିକ ଥିଲେ । ସେ ସେଟରେ ସମସ୍ତଙ୍କ ସହ ମଜାମସ୍ତି ବି କରୁଥିଲେ । ତେବେ ସୁଟିଂ ସାରି ଘରକୁ ଯିବା ପରେ ସୁସ୍ଥ ଅନୁଭବ କରନଥିବା ନେଇ ପତ୍ନୀଙ୍କୁ ଜଣାଇଥଲେ ତଲପଡ଼େ । ଏହା ପରେ ତାଙ୍କ ତ୍ପନୀ ଦିପ୍ତୀ ତଲପଡ଼େଙ୍କୁ ହସ୍ପିଟାଲ ନେବାକୁ ପ୍ରସ୍ତୁତ ହେଲା ବେଳକୁ ସେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ ।
ବର୍ତ୍ତମାନ ଅଭିନେତା ଶ୍ରେୟସଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ କହିଛନ୍ତି ଡାକ୍ତର। ସୂଚନାମୁତାବ, ଅକ୍ଷୟ କୁମାରଙ୍କ ସହ ‘ଓ୍ୱେଲକମ୍ ଟୁ ଜଙ୍ଗଲ’ ଫିଲ୍ମର ସୁଟିଂ କରୁଥିଲେ, ସେହି ସମୟରେ ଶ୍ରେୟସଙ୍କୁ ଆସିଥିଲା ହୃଦଘାତ । ଶ୍ରେୟସ ଜଣେ ପ୍ରତିଭାବାନ ଅଭିନେତା ସହ ବହୁ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଲମାଲ ଏବଂ ଓମଶାନ୍ତି ପ୍ରଶିଦ୍ଧ।