ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡ ଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ସକାଳୁ ସକାଳୁ ପରିବାର ଲୋକ, ସାଙ୍ଗସାଥୀଙ୍କ ସହ ମୁମ୍ବାଇରେ ଜନ୍ମଦିନ ପାଳନ କରିଛନ୍ତି ସଲମାନ । ଗତକାଲି ଦବଙ୍ଗ ଷ୍ଟାରଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ ସେ ମୁମ୍ବାଇ ଆସିଛନ୍ତି । ବ୍ଲାକ ଟି-ସାର୍ଟ ଓ ଜିନ୍ସରେ ସଲମାନଙ୍କୁ ଦେଖିବାକୁ ମିଳିଛି । ଜନ୍ମଦିନ ଉତ୍ସବରେ ଝିଆରୀ ଆୟତ୍, ଅର୍ବାଜ ଖାନ, ଅର୍ପିତା ଖାନ ଶର୍ମାଙ୍କୁ ଦେଖିବାକୁ ମିଳିଛି । ସଲମନଙ୍କ ଘନିଷ୍ଠ ବନ୍ଧୁ ବବି ଦେୱଲଙ୍କୁ ମଧ୍ୟ ଦେଖିବାକୁ ମିିଳିଛି । ସଲମାନ ଜଣେ ଅଭିନେତା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ୟ । ଦିର୍ଘ ୩୦ ବର୍ଷ ହେଲା ସେ ବଲିଉଡରେ କାର୍ୟ୍ୟ କରିଆସୁଛନ୍ତି ।
ଫିଲ୍ମ ପ୍ରଜୋଜକ ଭାବେ ତାଙ୍କୁ ନ୍ୟାସନାଲ ଫିଲ୍ମ ପୁରସ୍କାର, , ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୫ରୁ ୨୦୧୮ ମଧ୍ୟରେ ସେ ବିଶ୍ୱର ସବୁଠୁ ଅଧିକ ପାଉଣା ନେଉଥିବା ସେଲିବ୍ରେଟିଙ୍କ ମଧ୍ୟରେ ଗଣାଯାଉଥିଲେ । ୧୯୯୮ରେ ‘ବିବି ହୋ ତେ ଏଇସି’ରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ | ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରେ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା ଏବଂ ଆକର୍ଷଣୀୟ ତଥ୍ୟ ଉପରେ ନଜର ପକେଇବା।
ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତା, ବଲିଉଡର ଭାଇଜାନ୍ ଅର୍ଥାତ୍ ସଲମାନ ଖାନ୍ ପ୍ରଶଂସକଙ୍କ ପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ। ଡିସେମ୍ବର ୨୭, ୧୯୬୫ ରେ ଜନ୍ମ ହୋଇଥିବା ସଲମାନ ଖାନ ଆଜି ତାଙ୍କର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବାପାଙ୍କ ଫିଲ୍ମ ବ୍ୟାକ୍ଗ୍ରାଉଣ୍ଡ୍ ସତ୍ତ୍ୱେ ସେ କେବେବି ତାଙ୍କ ନାମ ବ୍ୟବହାର କରି ନାହାନ୍ତି ଏବଂ ନିଜେ ସଂଘର୍ଷ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ଅଭିନେତାଙ୍କ ସହିତ ଜଡିତ କିଛି ଅଜଣା ଏବଂ ଆକର୍ଷଣୀୟ ତଥ୍ୟ
ସଲମାନ ଖାନଙ୍କ ପୂରା ନାମ:
ଯଦିଓ ସମଗ୍ର ବିଶ୍ୱ ଅଭିନେତା ସଲମାନ ଖାନଙ୍କୁ ଏହି ନାମରେ ଜାଣିଛି, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତାଙ୍କର ପୂରା ନାମ ଅବଦୁଲ ରସିଦ ସଲିମ ସଲମାନ ଖାନ। ଅଭିନେତାଙ୍କ ଏହି ନାମ ତାଙ୍କ ବାପା ସଲିମ ଖାନ ଏବଂ ଜେଜେବାପା ଅବଦୁଲ ରସିଦ ଖାନଙ୍କ ନାମକୁ ନେଇ ଦିଆଯାଇଥିଲା।
ଅଭିନେତା ହେବା ପୂର୍ବରୁ କ’ଣ କରୁଥିଲେ:
ବହୁତ କମ୍ ଲୋକ ଜାଣିଥିବେ ଯେ ସଲମାନ ଖାନ ଅଭିନେତା ହେବା ପୂର୍ବରୁ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରୁଥିଲେ। ସେ ଜ୍ୟାକି ଶ୍ରଫ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫଲକ’ରେ ସହକାରୀ ନିର୍ଦ୍ଦେଶକ ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ।
ସଲମାନଙ୍କ ଭାଗ୍ୟ ବଦଳାଇଥିବା ଫିଲ୍ମ:
ଅଭିନେତା ଭାବରେ ସଲମାନ ଖାନଙ୍କ ପ୍ରଥମ ଫିଲ୍ମ ଥିଲା ‘ବିବି ହୋ ତୋ ଐସି’, କିନ୍ତୁ ସେ ତାଙ୍କର ତାଙ୍କର ପରିଚୟ ଦ୍ୱିତୀୟ ସିନେମା ‘ମୈନେ ପ୍ୟାର୍ କିୟା’ରୁ ପାଇଥିଲେ। ଏହି ଫିଲ୍ମଟି ଅଭିନେତାଙ୍କ କ୍ୟାରିୟର ସହିତ ହିନ୍ଦୀ ସିନେମାର ସଫଳ ଫିଲ୍ମ ମଧ୍ୟରୁ ଅନ୍ୟତମ।
‘ବାଜିଗର’ରେ ଥାଆନ୍ତେ ସଲମାନ୍:
ସମସ୍ତେ ଶାହରୁଖଙ୍କ ଫିଲ୍ମ ‘ବାଜିଗର’କୁ ମନେ ରଖିବେ। ଏହି ଫିଲ୍ମ କିଙ୍ଗ ଖାନଙ୍କ କ୍ୟାରିଅରରେ ଏକ ବ୍ଲକବଷ୍ଟର ଥିଲା। କିନ୍ତୁ ଶାହରୁଖଙ୍କ ପୂର୍ବରୁ ସଲମାନଙ୍କୁ ଏହି ଅଫର ମିଳିଥିଲା । ନେଗେଟିଭ୍ ଭୂମିକା ଯୋଗୁଁ ଭାଇଜାନ୍ ଏହାକୁ ମନା କରିଦେଇଥିଲେ। ସଲମାନ ନିଜେ ଦି କପିଲ ଶର୍ମା ଶୋ’ରେ ଏହା କହିଥିଲେ।
ବ୍ରେସଲେଟ୍ ପଛର ସତ:
ଦବଙ୍ଗ ଖାନ୍ ତାଙ୍କ ହାତରେ ଏକ ନୀଳ ରଙ୍ଗର ବ୍ରେସଲେଟ୍ ପିନ୍ଧନ୍ତି। ଏହି ବ୍ରେସଲେଟ୍ଟି ତାଙ୍କୁ କୌଣସି ଜ୍ୟୋତିଷଙ୍କ ଦ୍ୱାରା ଉପହାର ଦିଆଯାଇ ନ ଥିଲା। ଏହାକୁ ତାଙ୍କ ବାପା ସଲିମ ଖାନଙ୍କ ଦ୍ୱାରା ଉପହାର ଦିଆଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ସେ ଏହାକୁ ନିଜର ଭାଗ୍ୟ ବୋଲି ବିବେଚନା କରନ୍ତି।