ଓଡ଼ିଆ ନ୍ୟୁଜ୍: କୋର୍ଟକୁ ବୋମା ଧମକ । ରାଜ୍ୟର 3 କୋର୍ଟକୁ ବୋମା ଧମକ।ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଛି । କଟକରେ ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଖାଲି କରାଯାଇଛି । ମାତ୍ର କଟକ ଜିଲ୍ଲା କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇ ନ ଥିବା ସୂଚନା ।
ସୂଚନା ଥାଉକି, ଜିଲ୍ଲା ନ୍ୟାୟାଳୟ ପରିସରରେ ବୋମା ଆତଙ୍କ ଦେଖିବାକୁ ମିଳିଥିଲା । ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କୋର୍ଟ ବନ୍ଦ କରାଯାଇଥିଲା । କାର୍ଯ୍ୟ ବନ୍ଦ ସହ ପରିସର ଛାଡିବାକୁ ନିର୍ଦ୍ଦେଶ । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରିଥିଲେ । ସେହିପରି ସମ୍ବଲପୁର କୋର୍ଟକୁ ବି ବୋମା ଧମକ ମିଳିଛି ।
କୋର୍ଟକୁ E-ମେଲ ଧମକ ମିଳିଥିଲା । ଘଟଣା ପରେ ପୋଲିସ ସୁରକ୍ଷା ବଢିଲା । କୋର୍ଟ ରେଜିଷ୍ଟର କୁ ମୈଲ ଆସିଥିବା ସୂଚନା । ତେବେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରା ଯାଇ ଚେକିଂ ଚାଲିଥିବା SP କହିଛନ୍ତି ।ସେହିପରି କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି ।