ଭଦ୍ରକରେ ନିର୍ବାଚନୀ ହିଂସା: ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭଦ୍ରକରେ ନିର୍ବାଚନୀ ହିଂସା।  ଧାମନଗର ଏନଏସି ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ହୋଇଛି ଛୁରାମାଡ଼।  ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ।

ଅଭିଯୁକ୍ତ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେଠାରୁ ତାଙ୍କୁ ନିଆଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଧାମନଗରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏରେ ଫେରାର ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ଜଣାଯାଇଛି। ଚଳିତ ବର୍ଷ ଧାମନଗର ଏନ୍ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି।

Leave A Reply

Your email address will not be published.