ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶୁକ୍ରବାର ଅଚାନକ ସଂସାଦ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ୟୁକେ ସଂସଦରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ବର୍ତ୍ତମାନ ସମୟରେ ବୋରିସ୍ ଜନସନ୍ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ସାଂସଦୀୟ ଯାଞ୍ଚର ସାମ୍ନା କରୁଛନ୍ତି ।କୋଭିଡ୍-୧୯କୁ ନେଇ ହାଉସ୍ ଅଫ୍ କମନ୍ସରେ ସାଂସଦଙ୍କୁ ଭୁଲ ତଥ୍ୟ ଦେଇଛନ୍ତି । ଆସନ୍ତା ବର୍ଷ ବ୍ରିଟେନରେ ସାଧାରଣ ନିର୍ବାଚନ ହେବ । ଶାସକ କଞ୍ଜରଭେଟିବ୍ ପାର୍ଟି ମଧ୍ୟରେ ପୁଣି କନ୍ଦଳ ସାମ୍ନାକୁ ଆସିଛି ।
ତାଙ୍କ ବ୍ୟବହାରକୁ ନେଇକୁ ଯାଞ୍ଚ କରୁଥିବା ସାଂସଦଙ୍କ ବିରୁଦ୍ଧରେ ଜୋରଦାର ବିରୋଧ ପରେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ କଞ୍ଜରଭେଟିବ୍ ପାର୍ଟିରେ କନ୍ଦଳ ଦେଖିବାକୁ ମିଳିଛି । ବୋରିସ୍ ଜନସନ ହାଉସ ଅଫ୍ କମନ୍ସରେ କୋଭିଡ-୧୯କୁ ନେଇ ଭୁଲ୍ ତଥ୍ୟ ଦେଇଥିଲେ । ଡ୍ରାଉନିଂ ଷ୍ଟ୍ରିଟରେ ଲକଡାଉନ-ବ୍ରେକିଙ୍ଗ୍ ପାର୍ଟିମାନଙ୍କ ବିଷୟରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ ସୃଷ୍ଟି କରିଥିଲେ । ଏନେଇ ସାସଂଦୀୟ କମିଟି ତାଙ୍କ ବିରୋଧରେ ତଦନ୍ତ କରୁଛି ।
ଏଭଳି ସମୟରେ ହଠାତ୍ ସାଂସଦ ପଦ ଛାଡ଼ିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଇସ୍ତଫା ଦେବା ପୂର୍ବରୁ ଜନସନ୍ କହିଛନ୍ତି, ତାଙ୍କ ବିରୋଧରେ ଯାଞ୍ଚ କରୁଥିବା ବିଶେଷାଧିକାର କମିଟି ପକ୍ଷରୁ ଏକ ଚିଠି ମିଳିଛି । ଯେଉଁଥିରେ ତାଙ୍କୁ ସଂସଦରୁ ହଟାଇବାକୁ ଯୋଜନା ଚାଲିଛି ବୋଲି ଉଲ୍ଲେଖ ରହିଛି । ତାଙ୍କ ରାଜନୈତିକ କ୍ୟାରିୟରକୁ ସବୁଦିନ ପାଇଁ ଶେଷ କରିଦେବା ପାଇଁ କମିଟି କଠୋର ହୋଇଛି । ସଂସଦୀୟ କମିଟି ତାଙ୍କ ପ୍ରତି କଙ୍ଗାରୁ କୋର୍ଟ ଭଳି ବ୍ୟବହାର କରୁଛି ।