ଜନ୍ମାନ୍ଧ ବେହେଲା ବାଦକ ପଦ୍ମନାଭ ପଣ୍ଡା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଜି ଆମେ ଆପଣଙ୍କୁ ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଭାନୁପୁର ଗ୍ରାମର ଭିନ୍ନକ୍ଷମ ବେହେଲା ବାଦକ ପଦ୍ମନାଭ ପଣ୍ଡା ଓରଫ ବାବୁ ପଣ୍ଡାଙ୍କ କଥା କହିବୁ।ବୟସ ୫୯ ବର୍ଷ । ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜନ୍ମାନ୍ଧ ପଦ୍ମନାଭ ବାଲ୍ୟ ଜୀବନରୁ ସଙ୍ଗୀତ କଳା ପ୍ରତି ରୁଚି ରଖିଥିଲେ।ସାନବାପା ଭଗବାନ ପଣ୍ଡାଙ୍କ ପ୍ରେରଣାରେ ୧୭ ବର୍ଷ ବୟସରେ ଗୁରୁ ମକରଧ୍ଵଜ ଜେନାଙ୍କ ତତ୍ବାବଧାନରେ ପ୍ରଥମେ ସଙ୍ଗୀତ ଓ ହାରମୋନୀୟମ ବାଦନ ସମ୍ପୂର୍ଣ ଶିଖିଗଲେ ।ଆଉ ତାପରେ ବିଭିନ୍ନ ଅନୁଷ୍ଠାନରେ ନିଜେ ହାରମୋନୀୟମ ବଜାଇ ସୁନ୍ଦର ସୁନ୍ଦର ସଙ୍ଗୀତ ଗାଇଲେ ପଦ୍ମଲାଭ ଆଉ ବିଭିନ୍ନ ଅନୁଷ୍ଠାନରୁ ପ୍ରଶଂସା ମଧ୍ୟ ସାଉଁଟିଲେ।ହେଲେ ପଦ୍ମଲାଭଙ୍କ ମନ ଥିଲା ଭାୟୋଲିନ ବାଦନ ଶିଖିବା ପାଇଁ।ଶେଷରେ ନାଟ୍ୟକାର ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ପ୍ରେରଣାରେ ଗୁରୁ ରାସ ବିହାରୀ ସାହୁଙ୍କ ଶିକ୍ଷାଦାନରେ ୧୯୭୫ ମସିହାରେ ଭାୟୋଲିନରେ ବିଶାରଦ ଶିକ୍ଷା ସମାପ୍ତ କଲେ ପଦ୍ମନାଭ। ଆଉ ତାପରେ ଆରମ୍ଭ ହୋଇଥିଲା ପଦ୍ମନାଭଙ୍କ କଳାକାର ଜୀବନର ଅସଲ ଯାତ୍ରା ।

ତାଙ୍କ ପ୍ରତିଭା ବିଷୟରେ ଜାଣିବା ପରେ ୧୯୭୬ ମସିହାରେ ତାଙ୍କୁ କଟକର ନାରାୟଣୀ ଅପରେରା ରେ ଭୋକାଲ ସିଙ୍ଗର ଭାବେ ସୁଯୋଗ ମିଳିଲା। ଆଉ ତାପରେ ଦୀର୍ଘ ୭ ବର୍ଷ ଧରି ବିଭିନ୍ନ ଅପେରା ଅନୁଷ୍ଠାନରେ ଭୋକାଲ ସିଙ୍ଗର ଭାବେ କାର୍ଯ୍ୟ କରିବା ପରେ ଅଲ୍ ରାଉଣ୍ଡର ପଦ୍ମନାଭଙ୍କୁ ବେହେଲା ବାଦକ ଭାବେ ସୁଯୋଗ ମିଳିଲା।ସେ ସାହାଣୀ ଅପେରାରେ ହେଉକି ତୁଳସୀ ଗଣନାଟ୍ୟ ସେ ସାତଶଙ୍ଖ ଅପେରା ହେଉକି ସାଗରକନ୍ୟା ସବୁଠି ଭିନ୍ନକ୍ଷମ ଦୃଷ୍ଟିଶକ୍ତି ବାଧିତ ବେହେଲା ବାଦକ ପଦ୍ମନାଭ ଙ୍କ କ୍ରେଜ୍ ଦେଖିବାକୁ ମିଳିଥିଲା।ନିଜର ବେହେଲା ବାଦନ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ପଦ୍ମନାଭ ୪୦ ବର୍ଷ କଳାକାର ଜୀବନ ଭିତରେ ୩୬ ରୁ ଉର୍ଦ୍ଧ ଯାତ୍ରା ପାଟିରେ ବେହେଲା ବଜାଇ ଅଗଣିତ ଶ୍ରୋତାଙ୍କ ହୃଦୟ ଜିଣି ଛନ୍ତି।ଖାଲି ସେତିକି ନୁହଁ ଦୂରଦର୍ଶନ ପ୍ରସାରିତ ମୁକ୍ ସାକ୍ଷୀ କୋଣାର୍କ, ମିତା ଅପାର ବାହାଘର ଭଳି ସିରିଏଲ ସହ ବିଭିନ୍ନ ଗୀତିନାଟ୍ୟ ରେ ମଧ୍ୟ ବେହେଲା ବାଦନ କରିଛନ୍ତି ପଦ୍ମନାଭ।

ଆଉ ସବୁଠୁ ବଡ଼କଥା ରେଡ଼ିଓ ରେ ପ୍ରସାରିତ ଆକାଶବାଣୀ ର ଯୁବବାଣୀ କାର୍ଯ୍ୟକ୍ରମ ବେହେଲା ବଜାଇ ସମ୍ବଲପୁର ରେଡ଼ିଓ ଷ୍ଟେସନ ପକ୍ଷରୁ ଜଣେ ସୀକୃତି ପ୍ରାପ୍ତ ବେହେଲା ବାଦକ ସମ୍ମାନ ପାଉଛନ୍ତି ପଦ୍ମନାଭ। ୟା ଭିତରେ ପଦ୍ମନାଭ କୁ ୫୯ ବର୍ଷ ବୟସ ହେଲାଣି ୨୦୧୬ ରୁ ଶକ୍ତିମୟୀ ଗଣନାଟ୍ୟ ରୁ ବେହେଲା ବାଦକ ଭାବେ ନିଜ ଇଚ୍ଛାରେ ଅବସର ନେଲେ ପଦ୍ମନାଭ।ହେଲେ ହାତରେ ବେହେଲା ପଡ଼ିଲେ କି ଆଖ ପାଖରେ କିଏ ବେହେଲା ବଜାଇ ବାକୁ ଡାକି ଦେଲେ ସଙ୍ଗେ ସଙ୍ଗେ ଚାଲି ଯା ନ୍ତି ବାବୁ ପଣ୍ଡା। ଜଣେ ପ୍ରସିଦ୍ଧ ବେହେଲା ବାଦକ ଭାବେ ଅନେକ ଜିଲ୍ଲା ସ୍ତରୀୟ ,ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପଦ୍ମନାଭ। ସରକାରଙ୍କ ପକ୍ଷରୁ କଳାକାର ଭତା ମାସିକ ୧୨ ଶହ ପାଉଛନ୍ତି ପଦ୍ମନାଭ।ଶେଷ ଜୀବନରେ ଗୋଟିଏ ୟୁ ଟ୍ୟୁବ୍ ଚେନାଲ ଖୋଲିବାକୁ ନିଷ୍ପତୀ ନେଉଥିବା ପଦ୍ମନାଭ ନିଜର ଭିନ୍ନକ୍ଷମ ତା ପାଇଁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି। ଶେଷରେ ପଦ୍ମନାଭଙ୍କ ଭଳି ବିରଳ କଳାକାର ଙ୍କୁ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଠାରୁ ପୁରସ୍କାର ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ କଳାକାର ସଙ୍ଘ।

Leave A Reply

Your email address will not be published.