ବାଣ ଭିଡ଼ିବା ବେଳେ ବିସ୍ଫୋରଣ

0

ଓଡ଼ିଆ ନ୍ୟୁଜ୍: ଘର ଭିତରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ।ପୁରୁଣାକଟକ ଥାନା ଏସ୍‌ବିଆଇ କଲୋନୀରେ ବିସ୍ଫୋରଣ। ପୂରା ପରିବେଶ ଧୂଆଁମୟ, ଘରେ କେତେ ଜଣ ଥିଲେ ଜଣାପଡ଼ିନି।ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ଟିମ୍, ବାଣ ବ୍ୟବସାୟୀ ଗିରଫ। ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ପୂର୍ବରୁ ସେପ୍ଟେମ୍ବର ମାସରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାନ୍ତିଙ୍କ ପୁରୁଣାକଟକ ଜିଆକଟା ସ୍ଥିତ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ସେହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାନ୍ତିଙ୍କୁ ଗିରଫ କରିବା ସହ ତାଙ୍କର ବିଭିନ୍ନ ଠିକଣାରେ ପୋଲିସ ଚଢ଼ାଉ କରି ଟ୍ରକ୍ ଟ୍ରକ୍ ବାଣ ଜବତ କରିଥିଲା ଏବଂ ଏଥିସହିତ ବ୍ୟବସାୟୀଙ୍କ ଘରେ ଥିବା ସମସ୍ତ ବେଆଇନ ଗଚ୍ଛିତ ବାଣକୁ ଜବତ କରିଥିଲା ପୋଲିସ । ତେବେ ମାତ୍ର ୪ ମାସ ମଧ୍ୟରେ ବାଣ ବ୍ୟବସାୟୀ କିଭଳି ଭାବେ ଜେଲ୍ରୁ ବାହାରି ପୁଣି ଥରେ ଏହି ବେଆଇନ ବାଣ ବ୍ୟବସାୟ କରୁଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ବିନା ଲାଇସେନ୍ସରେ କିଭଳି ଭାବେ ସେ ପୁଣି ନିଜ ଘରେ ବାଣ ଗଚ୍ଛିତ ରଖିଥିଲେ ଏବଂ କିଭଳି ପୁରୁଣା କଟକ ପୋଲିସ ଏହା ଜାଣି ପାରିଲାନି ନା ପୋଲିସ ସବୁ ଜାଣିଶୁଣି ଚୁପ୍ ରହିଥିଲା।

Leave A Reply

Your email address will not be published.