ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା: ଗିରଫ ହେଲା ବଏଫ୍ରେଣ୍ଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ଚିତ୍ତକୁ ଗିରଫ କଲା ପୋଲିସ। ଏହି ଘଟଣା ସଂପର୍କରେ ସୂଚନା ଦେଇ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ାରୁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ବୟଫ୍ରେଣ୍ଡ ଚିତ୍ତର ସଂପର୍କ ହୋଇଥିଲା। ଡିସିପି ପ୍ରେସମିଟ୍ ରେ କହିଛନ୍ତି ଯେ, ” ସଂପର୍କ ବଢ଼ିବା ସହ ଉଭୟ ଲଜ୍‌ରେ ରହୁଥିଲେ, ବାହାରେ ବୁଲୁଥିଲେ। ସଂପର୍କକୁ ନେଇ ସନ୍ଦେହ କରୁଥିବା ଶୁଭଶ୍ରୀଙ୍କ ସ୍ୱାମୀ ୨୮ରେ ଗାଁକୁ ଯାଇଥିଲେ। ଶୁଭଶ୍ରୀ ଜଣେ ସଂପର୍କୀୟକୁ ଭେଟିବାକୁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସଂପର୍କୀୟଙ୍କୁ ଭେଟିବାକୁ ଯିବାକୁ ନେଇ ଚିତ୍ତ ଶୁଭଶ୍ରୀଙ୍କୁ ଗାଳି ଦେଇଥିଲା। ଶୁଭଶ୍ରୀଙ୍କ ଘରକୁ ଯାଇ ଚିତ୍ତ ଝଗଡ଼ା ସହ ମାରଧର କରିଥିବା ମାନିଛି। ଏହାକୁ ନେଇ ମାନସିକ ଅଶାନ୍ତିରେ ଥିବା ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି। ଘଟଣା ଦିନ ଚିତ୍ତକୁ ଫୋନ୍‌ରେ କହି ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ।ଚିତ୍ତ ଦୋଷ ସ୍ୱୀକାର କରିଛି, ତାକୁ ଗିରଫ କରାଯାଇଛି।

Leave A Reply

Your email address will not be published.