ଓଡ଼ିଆ ନ୍ୟୁଜ୍: ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି ପରେ କେନାଲ୍ ଅବରୋଧ ହଟିଲା।ହରିଦାସ ଗାଁ ଲୋକଙ୍କ ପ୍ରତିବାଦକୁ ପ୍ରତିହତ କରି ବନ୍ଧ କାଟିଲା ପ୍ରଶାସନ।କେନାଲ୍ ବନ୍ଧ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି। ବିରୋଧ କରୁଥିବା ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଉଠାଇ ନେଲା ପୋଲିସ।କାଲିଠୁ ଅଞ୍ଚଳରେ BNSS ୧୬୩ ଜାରି ରହିଛି, ବ୍ୟାପକ ପୋଲିସ ମୁତୟନ।
ବିଗତ ୩୦ ବର୍ଷ ଧରି ହରିଦାସ ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ ନାଳ ପାଣିକୁ ନେଇ ବିବାଦ ରହି ଆସିଛି । ଦୁର୍ଭାଗ୍ୟର କଥା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ଆଜି ୨୦ ପ୍ଲାଟୁନ୍ ଫୋର୍ସ ଧରି ଅଞ୍ଚଳର ଚାଷୀମାନଙ୍କୁ ଭୟଭୀତ କରି ବିବାଦୀୟ ନାଳକୁ ଖୋଳିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରସାଶନର ଏହିଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରୁଛନ୍ତି। ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନ କରି ଯେଉଁ ଭଳି ଭାବରେ ପ୍ରଶାସନ ବଳ ପ୍ରୟୋଗ କରୁଛି ଏହାକୁ ବ୍ରହ୍ମଗିରି ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ନିନ୍ଦା କରାଯାଇଛି ।