ଓଡିଆ ନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ଅଧିକାରୀ ।ମଇଦାନରେ ମୋଟ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଅଛନ୍ତି। ମୋଟ ୨୭୯ ବୁଥ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ। ଝାରସୁଗୁଡା ଇଞ୍ଜିନିୟର ସ୍କୁଲ ରେ ଡିସବର୍ସ କେନ୍ଦ୍ର ହେବ। ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସ କୁ ଥାନାରେ ଡିପୋଜିଟ କରାଯାଇଛି।୫୨୫ ଜଣ ଭୋଟର ଘରୁ ଭୋଟ ଦେବାକୁ ଆବେଦନ କରିଥିଲେ । ୩୨୫ ଜଣଙ୍କୁ ଘରୁ ଭୋଟ ଦେବାକୁ ଅନୁମତି ମିଳିଛି ।୨୭୯ ବୁଥ୍ରେ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ଗୋଟିଏ ବୁଥ୍ରେ ସର୍ବାଧିକ ୧୨୫୦ ଭୋଟର ଭୋଟ ଦେଇପାରିବେ । ୫୦% ବୁ୍ଥ୍ରେ କରାଯିବ ଭିଡିଓଗ୍ରାଫି କରାଯିବ ।
ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ NBW ଜାରି କରାଯାଇଛି।ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି। ୧୯୫୦ ଟୋ ଲ ଫି ନମ୍ବର ଜାରି କରାଯାଇଛି। ଅଭିଯୋଗ ଓ ସମସ୍ୟା ନେଇ ଅବଗତ ହୋଇ ପାରିବେ। ୫୦ ପ୍ରତିଶତ ବୁଥ ରେ ୱେବ କାଷ୍ଟିଂ ହେବ। ଆବଶ୍ୟକ ସ୍ଥାନରେ ଭିଡିଓ ଗ୍ରାଫି କରାଯିବ। ୩ ଟା ଟିମ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି। ମୋଟ ୩୦ ଟା ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି। ୫ ଟା ପିଙ୍କ ବୁଥ ରହିଛି। ସବୁ ବୁଥ ରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଭିଡ ପାଇଁ ଥର୍ମାଲ ସ୍କାନିଂ କରାଯିବ। ମାସ୍କ ସାନିଟାଇଜ ବ୍ୟବସ୍ଥା କରାଯାଇଛି।