ବ୍ରଜରାଜନଗର ଉପନିର୍ବାଚନ : କଂଗ୍ରେସ ଓ ବିଜେପି ପରେ ବିଜେଡି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

0

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌): କଂଗ୍ରେସ ଓ ବିଜେପି ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା। ବ୍ରଜରାଜନଗର ଦଖଲ କରିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ । ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର‌୍ୟ୍ୟ, ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅରୁଣ ସାହୁ, ସଞ୍ଜୟ କୁମାର ଦାସ ବର୍ମା, ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ନବ କିଶୋର ଦାସଙ୍କ ସମେତ ବହୁ ହେଭିୱେଟଙ୍କୁ ସାମିଲ କରିଛି ବିଜେଡି।

ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରିସାରିଛନ୍ତି । ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଭୋଟରଙ୍କ ମନ ଜିତିବା ପାଇଁ ସବୁ ଦଳ ନିଜ ନିଜର ରଣନୀତିକୁ ଜୋରଦାର କରିଦେଲେଣି ।

Leave A Reply

Your email address will not be published.