ଦେଶରେ ବଢ଼ିବାରେ ଲାଗିଛି ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା,ସଚେତନତା ପାଇଁ ଉତ୍କଳ ହସ୍ପିଟାଲ ତରଫରୁ ଆୟୋଜିତ ହେଲା ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦେଶରେ ବଢ଼ିବାରେ ଲାଗିଛି ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା। ସଚେତନତାର ଅଭାବ ହେଉ ଅଥବା ଅବହେଳା ଯୋଗୁଁ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାମାନ୍ୟତମ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ସହ ଏହାର ନିଦାନ ଜରୁରୀ। ଦେଶରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିବା ପ୍ରତି 10ଜଣ ରୋଗୀଙ୍କ ମଧ୍ୟରେ ଜଣେ ସ୍ତନ କର୍କଟ ରୋଗୀ ରହୁଛନ୍ତି। ବିଳମ୍ବରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା କିମ୍ବା ପ୍ରତିକାର ସମ୍ଭବ ହୋଇନଥାଏ। ଭାରତ ଏକ ପ୍ରଗତିଶୀଳ ଦେଶ ହୋଇଥିଲେହେଁ ଗ୍ରାମାଞ୍ଚଳରେ ଉନ୍ନତ ଚିକିତ୍ସା ସେବାର ଅଭାବ ରହିଛି। ସ୍ତନ କର୍କଟ ରୋଗର ଭୟାବହତା ଅଧିକ। ଏହାକୁ ଅବହେଳା କରିବା ଆଦୌ ଉଚିତ ନୁହେଁ।

ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଟୋବର ମାସକୁ ସ୍ତନ କର୍କଟ ନିରାକରଣ ଓ ସଚେତନତା ମାସ ଭାବେ ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ପକ୍ଷରୁ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଶୋଭାଯାତ୍ରାକୁ ହସ୍ପିଟାଲର ପରିଚାଳନା ନିର୍ଦେଶକ ପ୍ରଜ୍ଞାନ ଘଡେଇ ଓ ନିର୍ଦେଶକ ତଥା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରଂଜନ କୁମାର ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

Leave A Reply

Your email address will not be published.