ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକରେ ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଛତ୍ରବଜାରରେ ପାଖରେ ତାଳଦଣ୍ଡା କେନାଲର କାମ ବେଳେ ମାଟି ଧସି ପଡ଼ିଥିଲା । ବ୍ରିଜ୍ ଉପରେ ବସିଥିବା ପରିବା ବ୍ୟବସାୟୀ ପୋଲ ତଳକୁ ଗଳି ପଡ଼ିଥିଲେ । କିଛି ଲୋକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ତଳେ ରହିଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ପୋଲ ଭୁଶୁଡ଼ିଲା ଅନୁଧ୍ୟାନ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଛତ୍ରବଜାରରୁ ମାଲଗୋଦାମକୁ ଏହି ବ୍ରିଜ୍ ସଂଯୋଗ କରିଥାଏ ।
ସୂଚନାଯୋଗ୍ୟ ଆଜି ସନ୍ଧ୍ୟାରେ ମାଟି ଅତଡ଼ା ଖସିବାରୁ ଅଘଟଣ ଘଟିଥିଲା। ଛତ୍ରବଜାର ପୋଲ ନିକଟ ପୁରୁଣା କାନ୍ଥ ଭୁଶୁଡ଼ିବାରୁ ମାଟି ଅତଡ଼ା ଖସିଥିବାରୁ ସେଠାରେ କାର୍ଯ୍ୟରତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ସମୟରେ କିଛି ଶ୍ରମିକ କାମ କରୁଥିଲେ। ହଠାତ୍ ପୋଲ ନିକଟରେ ମାଟି ଅତଡ଼ା ଖସିଯିବାରୁ ଶ୍ରମିକମାନେ ଫସିଯାଇଥିଲେ। ସୂଚନା ମିଳିବା ପରେ ପୁଲିସ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ସମୟରେ ଯାତାୟତ ପ୍ରଭାବିତ ହୋଇଥିଲା। ତେବେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଘଟଣାର ତଦନ୍ତ ହେବ।