ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୭୦ ହଜାର ଟପିଛି ବିଏସଇ ସେନସେକ୍ସ । ସେନସେକ୍ସ ସୂଚକାଙ୍କ ଆଜି ୭୦ ହଜାର ପାର କରିଛି । ଆରମ୍ଭରୁ ସାମାନ୍ୟ ବୃଦ୍ଧି ବଢିବାକୁ ଲାଗିଥିବା ସେନସେକ୍ସ ସୂଚକାଙ୍କ ଏହାର କିଛି ସମୟରେ ୨ଶହ ଅଙ୍କ ବଢି ୭୦ ହଜାର ଛୁଇଁ ନୂଆ ରେକର୍ଡ କରିଛି ।
ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ନିଫିଟି ମଧ୍ୟ ବଢି ୨୧ ହଜାର ପାର କରିଛି । ଆରମ୍ଭରୁ ସେସେକ୍ସର ୨୦ ସେୟାରର ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ସେହିପରି ନିଫଟିର ୨୭ ସେୟାରର ସୂଚକାଙ୍କରେ ବୃଦ୍ଧି ଦେଖାଯିବା ସହ ୨୨ ସେୟାରରେ ସୂଚକାଙ୍କ ହ୍ରାସ ପାଇଥିଲା । ଏସବିଆଇ, ଓଏନଜିସି, ଟେକ୍ ମହିନ୍ଦ୍ରା, ଡକ୍ଟର ରେଡିଜ୍ ଲ୍ୟାବ୍ ଏବଂ ଏସିଆନ୍ ପେଣ୍ଟସ ସେୟାର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଗତ ଶୁକ୍ରବାର ମଧ୍ୟ ସେନସେକ୍ସ ୩୦୩ ପଏଣ୍ଟ ବୃଦ୍ଧି ପାଇ ସର୍ବକାଳୀନ ୬୯ ହଜାର ୮୨୫ ପଏଣ୍ଟରେ ବନ୍ଦ ହୋଇଥିଲା । ଯାହାକି ଶୁକ୍ରବାର ପର୍ଯ୍ୟନ୍ତ ସର୍ବକାଳୀନ ସ୍ତରଥିଲା । ଆଜି ୭୦ ହଜାର ପାର କରିଛି ସେନସେକ୍ସ ।