ବଜ୍ରଗିରି ଠାରେ ବୁଦ୍ଧ ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧର୍ମଶାଳା ବ୍ଳକ ଅଧିନସ୍ଥ କୋତପୁର ବଜ୍ରଗିରି ମହାବିଦ୍ୟାଳୟ ପରିସରରେ ବଜ୍ରଗିରି ଉନ୍ନୟନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଭଗବାନ ବୁଦ୍ଧ ଙ୍କ ଜୟନ୍ତୀ ସମାରୋହ ସାହିତିକ ଡଃ ରବିନ୍ଦ୍ର ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗୋକର୍ଣ୍ଣିକା ର ସମ୍ପାଦକ ରମାକାନ୍ତ ଜେନା ଯୋଗ ଦେଇ ବିଶ୍ବ ମାନବବାଦ ମହାନ ପ୍ରବକ୍ତା ଥିଲେ ଭଗବାନ ବୁଦ୍ଧ ଦେବ ମତ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ବ୍ରହ୍ମବରଦା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ବର ପାଢୀ ଯୋଗ ଦେଇ ଭଗବାନ ବୁଦ୍ଧ ଶାନ୍ତି ଅହିଂସା ର ବାଣୀ ସମଗ୍ର ମାନବ ସମାଜ କୁ ଉଦବୁଦ୍ଧ କରି ଆସିଛି ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଭାବେ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ଭଗବାନ ବୁଦ୍ଧ ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ବାଢିଥିଲେ ।

ଅନ୍ଯମାନଙ୍କ ମଧ୍ୟରେ ସାହାସପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରା ,ବଜ୍ରଗିରି ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଅନନ୍ତ କିଶୋର ମହାନ୍ତି , କବି ପ୍ରଶାନ୍ତ କୁମାର ସ୍ବାଇଁ,କବି ନିରଞ୍ଜନ ଜେନା ବିଲାସଚନ୍ଦ୍ର ବାରିକ, ସାମ୍ବାଦିକ ଏକାଦଶୀ ସେଠୀ ସମ୍ଭବ ର ସମ୍ପାଦକ ଅଖିଳ ସ୍ବାଇଁ ସୂର୍ଯାସ୍ତ ସମ୍ପାଦକ ବିବେକାନନ୍ଦ ରାୟ କବି କ୍ଷେତ୍ର ବାସି ଜେନା କବି ସିତାଂଶୁ ଶେଖର ସାହୁ ପଦ୍ମୀନୀ ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ ।ଅନୁଷ୍ଠାନ ର ସମ୍ପାଦକ ପ୍ରାବନ୍ଧିକ ଲଛମନ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ଭଗବାନ ବୁଦ୍ଧ ଙ୍କ ପ୍ରତି ଭକ୍ତି ଅର୍ଘ୍ୟ ଅର୍ପଣ ସ୍ବରୁପ ବହୁ କବି ସ୍ବରଚିତ କବିତାମାନ ପାଠ କରିଥିଲେ । ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଚିତ୍ତରଞ୍ଜନ ମହାନ୍ତି।

Leave A Reply

Your email address will not be published.