ଉଦୟଗିରିରେ ବୁଦ୍ଧ ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ବୌଦ୍ଧ ପିଠ ଉଦୟଗିରି ସ୍ଥ ବୁଦ୍ଧ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ବୌଦ୍ଧ ପୂର୍ଣିମା ଅବସରରେ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଉଦୟଗିରି ରତ୍ନଗିରି ଉନ୍ନୟନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ରାମଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ  ଅତିଥି ଭାବେ ପଣ୍ଡିତ ଜ୍ଞାନ ରଞ୍ଜନ ପତି ଯୋଗ ଦେଇ ବୁଦ୍ଧ ଙ୍କ ସତ୍ଯ ଅହିଂସା ମାନବ ସେବା ଓ ପରୋପକାରୀତ ଆଜିର ସମାଜ ଦିନକୁ ଦିନ ଭୁଲି ବାକୁ ବସିଲାଣି ।

ଏଣୁ ବୁଦ୍ଧ ଙ୍କ ମାର୍ଗ ଅନୁସରଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି ବୋଲି ପ୍ରକାଶ କରିଥିଲେ ।ମୂଖ୍ୟ ବକ୍ତା ଭାବେ ଆଇନଜୀବୀ ଓ ସମାଜସେବୀ ପ୍ରତିମା କର ଓ ସମ୍ମାନୀତ ଅତିଥି ଭାବେ କବି ପ୍ରଭାକର ଶତପଥୀ ଶିକ୍ଷାବିତ୍ କିଶୋର ଚନ୍ଦ୍ର ଦାସ ଡଃ ଭାଗ୍ଯଧର ସାହୁ ବିଧାନ ଚନ୍ଦ୍ର ସାମଲ ଦିଲ୍ଲିପ ଦାସ ପ୍ରମୁଖ ଯୋଗଦେଇ ବୁଦ୍ଧ ଙ୍କ ଜୀବନ ଆଦର୍ଶ ଓ ପଞ୍ଚଶୀଳ ନିତି ଉପରେ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ କବ ପ୍ରଭାକର ଶତପଥୀ ବୁଦ୍ଧ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯକ୍ରମକୁ ଉଦଘାଟନ କରିଥିଲେ ।ପରିଷଦ ର ସମ୍ପାଦକ ହରିଶ ଚନ୍ଦ୍ର ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିଲେ ।ଶିକ୍ଷକ ଦୟାନିଧି ସାମଲ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅଧ୍ଯକ୍ଷ ରବିନ୍ଦ୍ର ନାଥ ସାମଲ ତ୍ରୀଲୋଚନ ସେନାପତି ନଟବର ପରିଡ଼ା ଅଧ୍ଯାପକ ଦୁଃଶାସନ ସାହୁ ,ଡଃ କୃଷ୍ଣଚନ୍ଦ୍ର ପାତ୍ର ,କବି ନିରଞ୍ଜନ ଜେନା , ବିଳାସ ଚନ୍ଦ୍ର ବାରିକ ସାମ୍ବାଦିକ ଏକାଦଶୀ ସେଠି ରବି ମହାପାତ୍ର ଆଦିତ୍ୟ ଚନ୍ଦ୍ର ଦାସ ହୃଷିକେଶ ରାୟ ,ଅଟଳ ବିହାରୀ ଜେନା ମକରଧ୍ବଜ ଘଡାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି ପରିପ୍ରେକ୍ଷୀରେ ପରିଷଦର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଙ୍କ ଉଦ୍ଦେଶ୍ୟ ରେ ଏକ ଶୁଭେଚ୍ଛା ପତ୍ର ପ୍ରଦାନ କରାଯାଇଥିଲା ।ଧନ୍ୟବାଦ ଦେଇଥିଲେ ଶିକ୍ଷାବିତ୍ ଉମାକାନ୍ତ ବଳ

Leave A Reply

Your email address will not be published.