ଭୁଲ ମାଗିଲେ ବୁଦ୍ଧାଦିତ୍ୟ ମହାନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ କରିଥିପା ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ବିବାଦ ପରେ ତୁରନ୍ତ ପୋଷ୍ଟ ହଟାଇଥିବା କହିଛନ୍ତି ବୁଦ୍ଧାଦିତ୍ୟ। ଏହାକୁ ନେଇ ବୁଦ୍ଧାଦିତ୍ୟ କହିଛନ୍ତି, ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ତୁରନ୍ତ ପୋଷ୍ଟ ହଟାଇଦେଇଥିଲେ ।

ଏଥିସହିତ ସେ ଭୁଲ୍ ବଶତଃ ସେହି ପୋଷ୍ଟ କରିଥିଲେ । ଯାହାକୁ ନେଇ ପୂରା କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀକୁ ଭୁଲ୍ ମାଗିଛନ୍ତି ବୁଦ୍ଧାଦିତ୍ୟ ।  ଏପରି ଭୁଲ୍ ହେବ ନାହିଁ ବୋଲି କହିଛନ୍ତି ବୁଦ୍ଧାଦିତ୍ୟ । ସୂଚନା ଅନୁସାରେ, କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି।

ମୁମ୍ବାଇରେ ଏପସିପି ନେତା ବାବା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ହତ୍ୟା କରିବା ଘଟଣା ପରେ ଦ୍ୱିତୀୟ ପାଳି ରାହୁଲ ଗାନ୍ଧୀଙ୍କର ହେବା ଉଚିତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ। ଏହାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅକ୍ଟୋବର ୨୩ ସୁଦ୍ଧା ବୁଦ୍ଧାଦିତ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ନ ମାଗିଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା ଯୁବ କଂଗ୍ରେସ। ଏହାପରେ ସେ କ୍ଷମା ଭିକ୍ଷା କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.