ଓଡ଼ିଆ ନ୍ୟୁଜ୍: ବଡ଼ବିଲରେ ବୁଲିଲା ବୁଲ୍ଡୋଜର; ୪ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଲା। ସରକାରୀ ଜମିରେ ଥିବା ଘରେ ବୁଲ୍ଡୋଜର ବୁଲାଇଲା ସ୍ଥାନୀୟ ପ୍ରଶାସନ। ୩ ପ୍ଲାଟୁନ ପେlଲିସ ଫେlର୍ସ ଉପସ୍ଥିତରେ ଘର ଭାଙ୍ଗିଲା ପ୍ରଶାସନ। ବିଭିନ୍ନ ଅପରାଧରେ ସାମିଲ ଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ।
ବଡବିଲ ଆଖପାଖ ଅଞ୍ଚଳରେ ବିଭିନ୍ନ ଅପରାଧରେ ଜଡିତ ଥିବା ୟୁନିଟ୍ ୮ର ମହମ୍ମଦ ରାଜା, ସହଦତ୍ ଖାନ୍, ଅଭିମନ୍ୟୁ ପ୍ରଧାନ ଓ ଆଲୋକ ରାମଙ୍କ ଘର ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ । ସରକାରୀ ଜମି ମାଡ଼ି ବସି ଘର କରିଥିବା ସ୍ଥାନରେ ବୁଲଡୋଜର ବୁଲାଇଛି ସ୍ଥାନୀୟ ପ୍ରଶାସନ । ବ୍ୟାପକ ପୁଲିସ୍ ଉପସ୍ଥିତରେ ଆଜି ଚାରି ଅଭିଯୁକ୍ତଙ୍କ ଘର ମାଟିରେ ମିଶିଛି । ସମସ୍ତ ଅପରାଧୀଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ମାମଲା ରହିଛି ।