ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା ପିତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ରେ ପ୍ରାୟ ୫୦ ଯାତ୍ରୀ ଥିଲେ । ୭ ଯାତ୍ରୀ ଆହତ ହୋଇଛନ୍ତି ।ଡ୍ରାଇଭର ଭାରସାମ୍ୟ ହରାଇ ବସ୍ଟିକୁ ଡିଭାଇଡରରେ ପିଟି ଦେବାରୁ ଏହା ଓଲଟି ପଡ଼ିଥିଲା। ଫଳରେ ୭ ଜଣ ଗୁରୁତର ହୋଇଛନ୍ତି। ୧୫ରୁ ଊଦ୍ଧର୍ବ ଆହତ ହୋଇଛନ୍ତି।ଶିଳ୍ପାଞ୍ଚଳ ଥାନା ୧୬ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ଜୋରଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ୨ଟାରେ ଏହି ଦୁର୍ଘଟଣା ଘଟିଛି।
ଶିଳ୍ପାଞ୍ଚଳ ପୋଲିସ, ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଛନ୍ତି। ବସଟି ଗଞ୍ଜାମ ଜିଲା ପୋଲସରା ଅଭିମୁଖେ ବାହାରିଥିଲା। ବସ୍ରେ ୪୦ ଯାତ୍ରୀ ଥିଲେ। ବସ୍ ସମ୍ମୁଖ ଭାଗ ଡାହାଣ ପାଶର୍ବ ଭାଙ୍ଗି ରୁଜି ଚୂରମାର ହୋଇଯାଇଛି। ପୋଲିସ, ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ଲୋକେ ଲୋକଙ୍କୁ ବାହାର କରିଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି।