୧୨ ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟ ମୋହର

0

ଓଡ଼ିଆ ନ୍ୟୁଜ୍: ୧୨ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ ମୋହର। ୯ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ।ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ । ସେପଟେ ଖଣି ଚୋରା ଚାଲାଣ ରୋକିବାକୁ କଠୋର ଆଇନକୁ ମଞ୍ଜୁରୀ।ଆସିଲା ନୂଆ ଆଇନ ‘ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ-୨୦୨୫’।ନୂଆ ଆଇନ ପରେ ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ।ଲଘୁ ଖଣିଜ ରିହାତି ନିୟମରେ ମଧ୍ୟ ସଂଶୋଧନ।ଏଣିକି ଲଘୁ ଖଣିଜ ସଂପଦର ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା।

Leave A Reply

Your email address will not be published.