କ୍ୟାବିନେଟରେ ୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର

0

ଓଡ଼ିଆ ନ୍ୟୁଜ୍: ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆସିଲା ବଡ଼ ନିଷ୍ପତ୍ତି । ରାଜ୍ୟ ବଜେଟ୍ କୁ ଅନୁମୋଦନ ଦେଲା କ୍ୟାବିନେଟ । ରାଜ୍ୟ କ୍ୟାବିନେଟ୍‌ର ୩୬ତମ ବୈଠକରେ ତିନିଟି ବିଭାଗର ପାଞ୍ଚଟି ପ୍ରସ୍ତାବ ଆଗତ ହୋଇଥିଲା । ସେଥିରୁ ୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟ ବଜେଟ୍‌କୁ ମଧ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି, ଯାହା ଶୀଘ୍ର ହିଁ ବିଧାନସଭାରେ ଆଗତ ହେବ । କ୍ୟାବିନେଟ୍ ବୈଠକରେ ଜଳ ସମ୍ପଦ ଓ ଶ୍ରମ–ESI ବିଭାଗ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଜଳ ସମ୍ପଦ ବିଭାଗର EPC ଟର୍ନ୍ କି ଆଧାରରେ ୩ଟି ସେଚ୍ଛା ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ପ୍ରଥମ ପ୍ରକଳ୍ପ ପାଇଁ ୧୦୫ କୋଟି ୬୨ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ହେବ । ୫ ବର୍ଷର O&M ପାଇଁ ୫ କୋଟି ୩୧ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ ହେବ । ବାଲେଶ୍ୱର ଜିଲ୍ଲାର ଉପଡା ଓ ବାହାନାଗା ଅଞ୍ଚଳର ୪୯୨୪.୦୪ ହେକ୍ଟର ଚାଷ ଜମି ସେଚ୍ଛା ସୁବିଧା ପାଇବ। ଦ୍ୱିତୀୟ ପ୍ରକଳ୍ପ ପାଇଁ ୧୦୭ କୋଟି ୯୬ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ହେବ ।

Leave A Reply

Your email address will not be published.