ଓଡ଼ିଆ ନ୍ୟୁଜ୍: ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍।ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟାତ ସଂପୂର୍ଣ୍ଣ ଠପ୍।ଘଟଣାସ୍ଥଳରେ ସଦର ଥାନା ପୋଲିସର ସ୍ଥିତି ଅନୁଧ୍ୟାନ। ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଟ୍ରାଗୁଡ଼ା ଠାରୁ କଲାଗୁଡ଼ାକୁ ସଂଯୋଗ କରୁଛି ଏକ ପୋଲ । ହେଲେ ହଠାତ୍ ଶନିବାର ଦିନ ପୋଲଟି ଦବିଯାଇଛି । କୋଲାବ ନାଳ ଉପରେ ନିର୍ମିତ ପୋଲ ବହୁ ପୁରୁଣା । ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଏପରି ଅବସ୍ଥା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ପୋଲ ଦବିବା ଯୋଗୁ ଉକ୍ତ ରାସ୍ତାରେ ଯାତାୟତ ଠପ୍ ରହିଛି । ପ୍ରଶାସନ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ।