କାନରା ବ୍ୟାଙ୍କ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,ରାଇରଙ୍ଗପୁର :  କାନରା ବ୍ୟାଙ୍କ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ | ଆଜି ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ଅଧିନସ୍ତ ତାଳଗାଁ କାନରା ବ୍ୟାଙ୍କ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ବ୍ରାଞ୍ଚ ମ୍ୟାନେଜର ହରିଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତା ତଥା ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜି ଏମ ଭୂବନେଶ୍ବର ସାରକେଲ ଜଗଦୀଶ ଚାନ୍ଦେର, ସମ୍ମାନିତ ଅତିଥି ରୂପେ ଏ ଜି ଏମ ଆର ଓ ଭଦ୍ରକ ପି ମଧୂସୁଧନ ରାଓ, ବରିଷ୍ଠ ଶିକ୍ଷକ କାଣ୍ଡସର ଉଚ୍ଚ ବିଦ୍ୟାଳୟ ମୁସ୍ତାଫା ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ |

ଅତିଥିଗଣ ବ୍ୟାଙ୍କର ବିଭିନ୍ନ ଯୋଜନା, ଋଣ ଓ ଜୀବନବୀମା ସଂପର୍କରେ ଲୋକମାନଙ୍କୁ ଆଲୋକପାତ କରିଥିଲେ | ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଭୁରକାଲପିଲ ଶଗ, ହେସଡା ୩ ଲକ୍ଷ ୬୦ ହଜାର ଟଙ୍କା , ମା ଦୂର୍ଗା ଏସ ଏଚ ଜି , ଜଟାପାଣି ୧ ଲକ୍ଷ ୨୦ ହଜାର ଟଙ୍କା, ବୁଶାଲ ବାହା ଏସ ଏଚ ଜି , ହେସଡା ୯୦ ହଜାର ଟଙ୍କା, ମାର୍ସାଲ ଏସ ଏଚ ଜି , ହେସଡା ୩ ଲକ୍ଷ ଟଙ୍କା , ଶକ୍ତି ମହିଳା ଏସ ଏଚ ଜି , ଧଳପୁର ୩ ଲକ୍ଷ ଟଙ୍କା , ବୀର ଏସ ଏଚ ଜି , ବସନ୍ତପୁର ୨ ଲକ୍ଷ ଟଙ୍କା , ମା ଦୁର୍ଗା ଏସ ଏଚ ଜି , ବଡ ଜୁଲେଇବିରା ୧ ଲକ୍ଷ ୩୦ ହଜାର ଟଙ୍କା ତଥା ଅନ୍ୟାନ୍ୟ ଏସ ଏଚ ଜି ଗ୍ରୁପ୍ କୁ ମିଶାଇ ସମୁଦାୟ ୧ କୋଟି ଋଣ ପ୍ରଦାନ କରାଯାଇଥିଲା |

ଏଠାରେ ଜାହେର ଆୟ , ଏସ ଏଚ ଜି ପାସନା , ମା ସନ୍ତୋଷୀ ଏସ ଏଚ ଜି ଧଳପୁର `ମାଣ୍ଡିଆ ´ ବିଷୟରେ ବିଭିନ୍ନ ସାମଗ୍ରୀ ଓ ମା ଶକ୍ତି ଏସ ଏଚ ଜି ୨ ତାଳଗାଁ `ବାଉଁଶ ´ ଶିଳ୍ପର କଳାକୃତି ପ୍ରଦର୍ଶନ କରିଥିଲେ | ପରିଶେଷରେ ଡିଭିଜନାଲ ମ୍ୟାନେଜର ଆର ଓ ଭଦ୍ରକ ଡାକ୍ତର ଦେବେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ | ଏଠାରେ ତାଳଗାଁ କାନାରା କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଲୋକମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା |

Leave A Reply

Your email address will not be published.