ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଓଜନ ବୃଦ୍ଧି ପାଇଁ ଆପଣ ଚିନ୍ତିତ ଅଛନ୍ତି କି ? ଓଜନକୁ ନେଇକି ଚିନ୍ତା କରୁଛନ୍ତି କି । ତେବେ ଚିନ୍ତା ରୁ ମୁକ୍ତି ପାଇ ପାରିବେ ଏବେ । ଆମେ ଆପଣଙ୍କୁ ଏମିତି କିଛି ଜିନିଷ କହିବୁ ଯାହା ଆପଣଙ୍କ ଓଜନ ହ୍ରାସ ସହ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ। ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ୍ ପସନ୍ଦ । ଖାଇବା ସମୟରେ ଅନେକ ୨ ରୁ ୩ ଟି କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି ।
ତେବେ କଞ୍ଚାଲଙ୍କା ଖାଇବା ଦ୍ଵାର ଆମ ସ୍ବାସ୍ଥ୍ୟ ପାଇଁ। ଉପକାରୀ ହୋଇଥାଏ। କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି୬, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। କଞ୍ଚା ଲଙ୍କା ସେବନ ଦ୍ୱାରା ମନ ଓ ମସ୍ତିଷ୍କ ସୁସ୍ଥ ରହିବା ସହ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ। ସେହିଭଳି ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। କଞ୍ଚାଲଙ୍କା ସୀମିତ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଭିଟାମିନ ସିରେ ଭରପୁର କଞ୍ଚାଲଙ୍କାର ନିୟମିତ ଭାବେ ସେବନ କରିବା ଉଚିତ।
କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ମୋଟାପଣ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା କର୍କଟ ରୋଗ ହେବାର ଆଶଙ୍କାକୁ କମ କରିଥାଏ। ନିୟମିତ ଅଳ୍ପ ପରିମାଣରେ ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଉଚ୍ଚ ରକ୍ତଚାପ, ହୃଦୟ ଜନିତ ସମସ୍ୟା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପକୁ କମ୍ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିଥାଏ।