ଓଡ଼ିଆ ନ୍ୟୁଜ୍: ଭୁଲ୍ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ !। ନାବାଳକର ମୃତ୍ୟୁ ପରେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା।କାଳୁପଡ଼ାରୁ ଆସିଥିବା ୧୧ ବର୍ଷୀୟ ନାବାଳକର ମୃତ୍ୟୁ।ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ।
ସୂଚନା ଅନୁଯାୟୀ ଟାଙ୍ଗୀ କାଳୁପଡ଼ା ଗାଁରେ ସାଇ ସୋମବାର ଦିନ ସକାଳ ସମୟରେ ସାଇକେଲ ଚଳାଉଥିବା ସମୟରେ ପଡ଼ିଯାଇଥିଲେ । ଯାହାପରେ ସେ ଅସୁସ୍ଥ ହେବାରୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ନାବାଳକର ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଆଖି ବୁଜିଛନ୍ତି ନାବାଳକ ସାଇ।ସେପଟେ ପରିବାର ପକ୍ଷରୁ ଆସିଛି ସଙ୍ଗୀନ ଅଭିଯୋଗ । ପରିବାର ଲୋକଙ୍କ ମତରେ ଡାକ୍ତରଙ୍କ ଚିକିତ୍ସା ଓ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଅଛନ୍ତି । ସାଇଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକ ସହଜ ଗ୍ରହଣ କରିପାରୁନାହାନ୍ତି । କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।