କାର୍ଗିଲ ଯୁଦ୍ଧରେ ପ୍ରଥମ ସହିଦ କ୍ୟାପଟେନ୍ ସୌରଭ କାଲିଆ, ତାଡି ଦିଆଯାଇଥିଲା ଆଖି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୧୯୯୯ ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ଚକମା ଦେଖାଇଥିଲା। ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ ।

ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ ।
ଯେତେବେଳେ କାର୍ଗିଲ୍ ବିଜୟ ଦିବସର କଥା ଉଠିଥାଏ, ସମସ୍ତଙ୍କ ମନକୁ ଆସିଥାଏ ଗୋଟିଏ ନାଁ । କ୍ୟାପଟେନ୍ ସୌରଭ୍ କାଲିଆ । ଏହା ସେହି ନାଁ , ଯିଏ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ହୋଇଥିଲେ ପ୍ରଥମ ସହିଦ । କାର୍ଗିଲ ଯୁଦ୍ଧରେ ସହିଦ ହେବା ବେଳକୁ କ୍ୟାପଟେନ୍ ସୌରଭ କାଲିଆ ମାତ୍ର ୨୨ ବର୍ଷର ଥିଲେ । କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନା ତାଙ୍କୁ ପ୍ରଥମେ ବନ୍ଦୀ ବନେଇଥିଲା । ଏହା ପରେ ଦେଇଥିଲା ଅକଥନୀୟ ନିର୍ୟ୍ୟାତନା । ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୫ ଜଣ ସାଥୀଙ୍କ ସହିତ ପାଟ୍ରୋଲିଂ କରୁଥିବା ବେଳେ ସୌରଭ କାଲିଆଙ୍କୁ ଧରି ନେବା ପରେ ପାକିସ୍ତାନୀ ସେନା ଅତି ବିଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲା ।

ସୌରଭ କାଲିଆ ସେନାର ପ୍ରଥମ ଅଧିକାରୀ ଥିଲେ ଯିଏ ପ୍ରଥମେ ପାକିସ୍ତାନୀ ସେନାର ଅନୁପ୍ରବେଶ ନେଇ ସୂଚନା ଦେଇଥିଲେ ।
କୁହାଯାଇଥାଏ ତାଙ୍କୁ ରଡ୍ ରେ ପିଟି ପିଟି ହତ୍ୟା କରିଥିଲା ପାକିସ୍ତାନୀ ସେନା । ତାଙ୍କର ଆଖି ତାଡି ଦିଆଯାଇଥିଲା । ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ପାକିସ୍ତାନର ଏପରି କାର୍ୟ୍ୟ ସତ୍ୱେ ବି ଶତ୍ରୁ ପାଖରେ ମୁଣ୍ଡ ନୁଆଁଇନଥିଲେ କ୍ୟାପଟେନ୍ ସୌରଭ କାଲିଆ। ଦେଶ ପାଇଁ ସହିଦ ହୋଇଯାଇଥିଲେ । ସୌରଭ କାଳିଆଙ୍କ ସାହସିକତା ଓ ବଳିଦାନ ପରବର୍ତି ସମୟରେ ଭାରତୀୟ ଜବାନଙ୍କୁ କାର୍ଗିଲ ଯୁଦ୍ଧରେ ଲଢିବାକୁ ପ୍ରେରଣା ଯୋଗାଇଥିଲା । ବ୍ୟର୍ଥ ଯାଇନଥିଲା ବଳିଦାନ । ଶେଷରେ ପାକିସ୍ତାନକୁ ଧୂଳି ଚଟେଇ ଭାରତ ହାସଲ କରିଥିଲା ଐତିହାସିକ କାର୍ଗିଲ ବିଜୟ ।

Leave A Reply

Your email address will not be published.