ଓଡ଼ିଆ ନ୍ୟୁଜ୍: ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍।ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ।ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିଗଲା।ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲ୍ରେ ଭର୍ତ୍ତି।ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ସୂଚନା।
ସୂଚନାଯୋଗ୍ୟ, ସଞ୍ଜୟ ଗାଡ଼ିକୁ ପଛକୁ ପାର୍କିଂ କରୁଥିବା ବେଳେ ଭାରସାମ୍ୟ ହାରାଇ ଗାଡ଼ି ତଳକୁ ପଡ଼ି ଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ପାକିଁ ପାଇଁ ଆସୁଥିଲେ ମଧ୍ୟ ଅନେକ ସମସ୍ୟା ଭୋଗୁଛିନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉ ନ ଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।